ଭୁବନେଶ୍ୱର ୨୮ ।୭: ଗତ ଦୁଇ ବର୍ଷ ଧରି ରାଜ୍ୟରେ ବାଘ ସଂଖ।। ବଢୁନାହିଁ ।୨୦୧୪ ମସିହାରେ ରାଜ୍ୟରେ୨୮ଟି ବାଘ ଥିବା ବେଳେ୨୦୧୮ରେ ମଧ୍ୟ ସେହି ୨୮ଟି ବାଘ ରହିଥିବା ଜଣାପଡିଥିଲା । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟ ଭାଗରେ ଯଥା ମଧ୍ୟପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ଓ କେରଳରେ ବାଘ ସଂଖ୍ୟା ବଢୁଥିଲେ ମଧ୍ୟ ଓଡିଶାରେ ସଦ୍ୟ ବାଘ ଗଣନା ରିପୋର୍ଟରେ ପୂର୍ବ ସଂଖ୍ୟାକୁ ଦୋହରାଯାଇଛି । ରିପୋର୍ଟ ଅନୁସାରେ ଦେଶରେ ଏବେ ୨୯୬୭ ବାଘ ରହିଥିବା ବେଳେ ୨୦୧୪ରେ ୨୨୧୬ଟି ବାଘ ଥିଲେ । ଗତ ୪ ବର୍ଷରେ ୭୪୧ ବାଘ ବଢିଥିବା ରିପୋର୍ଟରେ କୁହାଯାଇଛି । ଉକ୍ତ ରିପୋର୍ଟ ଅନୁଯାୟୀ ଓଡିଶାରେ ୨୮ ବାଘ ରହିଥିବା କୁହାଯାଇଥିବା ବେଳେ ମଧ୍ୟପ୍ରଦେଶରେ ୨୦୧୪ତୁଳନାରେ ବାଘ ବଢି ୫୨୬ରେ ପହଞ୍ଚିଛି । ୨୦୧୪ରେ ମଧ୍ୟପ୍ରଦେଶରେ ୩୦୮ ବାଘ ଥିଲେ । ସେହିଭଳି କର୍ନାଟକରେ ୨୦୧୪ରେ ୪୦୬ଟି ବାଘ ଥିବା ବେଳେ ୨୦୧୮ରେ ୫୨୪ଟି ବାଘ ରହିଥିବା ଜଣାପଡିଛି । ମହାରାଷ୍ଟ୍ରରେ ୧୯୦ଟି ବାଘ ୨୦୧୪ରେ ଏବେ ୩୧୨ଟି ଅଛନ୍ତି । ୨୦୧୪ ୧୩୬ ବାଘ କେରଳରେ ଥିବା ବେଳେ ସଦ୍ୟ ଗଣନାରେ ଏହାର ସଂଖ୍ୟା ୧୯୦ରେ ପହଞ୍ଚିଛି । ଏହାକୁ ତୁଳନା କଲେ ଓଡିଶାକୁ ନିରାଶ ହେବାରେ ପଡିଛି ।