ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ପକ୍ଷରୁ ୫୧ୟୁନିଟ ରକ୍ତ ସଂଗ୍ରହ

0 191

ଫୁଲବାଣୀ:ସ୍ଥାନୀୟ ରକ୍ତଭଣ୍ଡାରଠାରେ ବିଜୁ ଜନତାଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଶିବିରକୁ ଉଦଘାଟନ କରିଥିଲେ । ବର୍ତମାନ ପରିସ୍ଥିତିରେ ସମଗ୍ର ଓଡ଼ିଶା କରୋନା ମହାମାରୀ ଦ୍ୱାରା କବଳିତ ହୋଇଥିବା ବେଳେ ଏହାର ସଠିକ ମୁକାବିଲା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଯେପରି ରକ୍ତ ସଙ୍କଟ ଦେଖାନଯିବ ସେଥିପାଇଁ ରକ୍ତଦାନ ଶିବିର କରାଯାଇଥିଲା । ଉକ୍ତ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ରକ୍ତଭଣ୍ଡାରର କର୍ମଚାରୀ ଡାକ୍ତର ଜୟଦେବ ଘୋଷଙ୍କ ନେତୃତ୍ୱରେ ସୁଜିତ କମାର ସାହୁ, ଭଟ ବାବୁ, ତୁଷାରକାନ୍ତ ପ୍ରଧାନ, ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଖଜୁରିପଡ଼ା ବ୍ଳକ ଚେୟାରମ୍ୟାନ ବିରେନ୍ଦ୍ର କହଁର, ବରିଷ୍ଠ ସାମ୍ବାଦିକ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା, ବିଜେଡି ନଗର ସଭାପତି ସୁଧିର କହଁର, ବରିଷ୍ଠ ନେତା ପଂଚାନନ କହଁର, ପଙ୍କଜ ଦିଗାଲ, ଆଇନଜିବୀ କମଳ ବେହେରା, ବିରୁପାକ୍ଷ ପଣ୍ଡା, ଦାରୁଣ ବେହେରା, ରାଜୁଭାଇ ବିନୋଦ ବିଷୋୟୀ, ମୋଟିଭେଟର ସୁକାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 2 =