ବିଶାଳକାୟ ବସୁଧା ଶୋଭା ପାଉଛି ହେଲେ ମେଣ୍ଟାଉନାହିଁ ଶୋଷ

0 103

କଣ୍ଟାବାଞ୍ଜି,୧୬/୭: ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଧ୍ୟାଙ୍ଗା ଗାଁ କୁ ପଶିଲେ ବସୁଧା ଯୋଜନା ରେ ନିର୍ମିତ ପାଣି ଟାଙ୍କି ଦେଖାଯାଏ । ପଛୁଆଁ ବ୍ଲକ ଏହି ସୁଖାଞ୍ଚଳ ଧାମନଧ୍ୟାଙ୍ଗା ଗାଁ ରେ ପିଇବା ପାଣି ସମସ୍ୟା ବସୁଧା ଯୋଗୁଁ ନଥିବା ଯେକେହି ଅନୁମାନ କରିବ । କିନ୍ତ ଏଠି ସବୁ ଓଲଟା । ୨୦୧୮ ରୁ ନିର୍ମାଣ ସରିଛି କିନ୍ତୁ ଜଳ ଯୋଗାଣ ହେଊନାହିଁ, ଭବିଷ୍ୟତରେ ମଧ୍ୟ ଉକ୍ତ ବସୁଧା ଜଳଧାର ଲୋକଙ୍କ ଶୋଷ ମେଣ୍ଟାଇବା ସମ୍ଭାବନା କମ । ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ବସୁଧା ଟାଙ୍କି କେବଳ ବଢ଼ାଉଛି ଗାଁ ଶୋଭା । ପ୍ରଶ୍ନ ଉଠୁଛି ପ୍ରକଳ୍ପ କାହା ପାଇଁ ନିର୍ମାଣ ହେଲା ? ଠିକାଦାର ଯନ୍ତ୍ରୀ ପାଇଁ ନା ଗ୍ରାମବାସୀଙ୍କ ପାଇଁ । ଜଳ ଉତ୍ସ ପ୍ରାପ୍ତ ନଥିବାବେଳେ ଏତେ ବଡ଼ ଟାଙ୍କି ନିର୍ମାଣ କାହିଁକି ? କେଉଁ ଉଦ୍ଦେଶ୍ୟରେ ? ଦୁଇ ବର୍ଷ ପ୍ରାୟ ଲମ୍ବା ସମୟ ବିତି ଯାଇଥିଲେ ସୁଦ୍ଧା ବିକଳ୍ପ ବ୍ୟବସ୍ଥା କରିବାରେ ବିଭାଗ ଚୁପ୍ କାହିଁକି ? କେବେ ହେବ ଉଦ୍ୟମ ? ଟାଙ୍କି ଦେଖିଲେ ତ ଲୋକଙ୍କ ଶୋଷ ମେଣ୍ଟିବ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀ ବିଭିନ୍ନ ସମୟରେ ଗାଁ ନୁହେଁ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବିବୃତ୍ତି ଦେଉଛନ୍ତି । କୋଟି କୋଟି ଟଙ୍କା କାମ ଯୋଜନା ଅଟକଳ ତିଆର କରାଯାଉଛି । କିନ୍ତୁ ଏ ପ୍ରକାର ଖାମଖିଆଲି କାର୍ଯ୍ୟ ସରକାରଙ୍କ ଉଦେଶ୍ୟ ହାସଲ ହେବାରେ ସହାୟକ ହେବ କି ? ଜିଲ୍ଲାରେ କେବଳ ଏଠି ନୁହେଁ ଅନେକ ବସୁଧା ରୋଗଗ୍ରସ୍ତ ଅଥଚ ସ୍ଥାନୀୟ ଲୋକ ପ୍ରତିନିଧି କିପରି ପାଟି ଖୋଲୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯୋଜନା ହେଉଛି ବାଟ ବଣା । ବସୁଧା ପ୍ରତି ବିଭାଗୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଦୃଷ୍ଟି ଦେବାକୁ ସୁରେଶ ସୁନା, ପଙ୍କଜ ତାଣ୍ଡି, ସୀତାରାମ ସୁନା, ଶାନ୍ତନୁ ତାଣ୍ଡି, ଯୁଧିଷ୍ଠିର ବାଗ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − 2 =