ଭେଣ୍ଡିଂ ଜୋନ ନିର୍ମାଣରେ ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବିକଲା ବିଜେଡ଼ି

0 105

କଣ୍ଟାବାଞ୍ଜି,୨୨/୬- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଏନଏସି ଅଂଚଳରେ ଉଠାଦୋକାନୀ ମାନଙ୍କ ଥଇଥାନ ପାଇଁ ଡାକ୍ତରଖାନା ସାମ୍ନା ଭେଣ୍ଡିଙ୍ଗ ଜୋନ ନିର୍ମାଣରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଶ୍ରୀ ଦାସ କହିଛନ୍ତି ଯେ ୮୦ କ୍ଷେତ୍ରଫଳ ରେ ନିର୍ମିତ ଦୋକାନ
୫ ଇଞ୍ଚ କାନ୍ଥରେ ନିର୍ମିତ ହୋଇ ଅଧାରୁ ଟିଣ ଚଦର ଦିଆଯାଇଛି । କୌଣସି ପ୍ରକାର ଗ୍ରିଲ ନଥିବାରୁ ସୁରକ୍ଷା ମାନରେ ଅତି ନ୍ୟୁନ, ଦୋକାନ ଛାତରେ ଲାଗିଥିବା ଚାଦର ତୀବ୍ର ପବନ ବେଗ ଓ ବର୍ଷା ସାମ୍ନାରେ ମଧ୍ୟ ହାଲୁକା ଭଳିଆ ଦେଖାଯାଉଛି । ସୁରକ୍ଷା ଦୃଷ୍ଟିକୋଣରୁ କୌଣସି ପ୍ରକାର ବ୍ୟବସ୍ଥା ମଧ୍ୟ କରାଯାଇ ନାହିଁ । ଦିନ ଦ୍ୱିପହରରେ ଲୁଟ ଘଟଣା ଘଟୁଥିବାବେଳେ ନ୍ୟୁନ ସୁରକ୍ଷାମାନରେ ନିର୍ମିତ କାନ୍ଥରେ ଦୋକାନୀ ମାନେ କିପରି ଭରସା କରିବେ ! ଥଇଥାନ ଉଦ୍ଦେଶ୍ୟରେ ଭେଣ୍ଡିଂଜୋନ ନିର୍ମାଣରେ ଏନଏସି ଜନସାଧାରଣଙ୍କୁ କି ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି …? ରାଜ୍ୟ ସରକାରଙ୍କ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ଆବଶ୍ୟକ କିନ୍ତୁ କୌଣସି ପ୍ରକାର ଫଳକ ଲାଗିନଥିବାରୁ ଦୁର୍ନୀତିର ଗନ୍ଧ ରହିଛି ବୋଲି ଆଶଙ୍କା ଦେଖାଯାଉଛି ।

hiring

ଏନଏସି (ଏମ.ଇ )ଙ୍କ ସୂଚନା ମୁତାବକ ଗୋଟିଏ ଗୋଟିଏ ଦୋକାନ ଗୃହ ୯୦ ହଜାର ଟଙ୍କାରେ ନିର୍ମିତ ହୋଇଛି କିନ୍ତୁ ଦୋକାନ ଗୃହ ଦେଖିଲେ ଜଣାପଡୁଛି ଯେ ୨୦ ରୁ ୨୫ ହଜାର ଟଙ୍କା ବ୍ୟୟ ହୋଇଥିବା ଆକଳନ କରାଯାଉଛି । ଭେଣ୍ଡିଙ୍ଗ ଜୋନରେ ନିର୍ମାଣ ହୋଇଥିବା ୨୬ ଟା ଦୋକାନ ଗୃହର ଏହି ପ୍ରକାର ବ୍ୟବସ୍ଥା ରହିଛି, ଟେଣ୍ଡର ଜଣକ ନାଁରେ ରହିଥିବା ବେଳେ ଠିକା କାମ ଅନ୍ୟ କେହି କରୁଥିବା ଦେଖିବାକୁ ମିଳିଛି । ଜନସାଧାରଣଙ୍କ ପାଇସାକୁ ଆତ୍ମସାତ କରିବା ଓ ଠିକାଦାର ପୋଷିବା ନୀତିକୁ ବିରୋଧକରି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ୧୦ ଦିନ ମଧ୍ୟରେ ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ଏନଏସି କାର୍ଯନିର୍ବାହୀ ଅଧିକାରୀ ନିରଞ୍ଜନ ଧଳଙ୍କୁ ଟେଣ୍ଡର ବିଷୟରେ ପଚାରିବାରୁ କହିଛନ୍ତି ଯେ ମୋ ଆସିବା ଆଗରୁ ଟେଣ୍ଡର ପ୍ରୋସେସ ସରିଯାଇଥିଲା କିନ୍ତୁ କାମ ମୋ ସମୟରେ ହେଉଛି ।

hiranchal ad1
Leave A Reply

Your email address will not be published.

1 × 5 =