ବିଦେଶୀ ମଦ ଦୋକାନ ସହରରୁ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

0 255

କଣ୍ଟାବାଞ୍ଜି,୨୮/୭: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ମୁଖ୍ୟ ଛକ (ଇନ୍ଦିରା ଏବଂ ଶାସ୍ତ୍ରୀଛକ) ରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ସଂପୂର୍ଣ୍ଣ ଭାବେ ସ୍ଥାନାନ୍ତର ଦାବି କରିଛି ବେହେରେନ ସିଲେଟ ଆମ୍ବେଦକର ଯୁବକ ସଂଘ । କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝିଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କୁ ଦାବିପତ୍ର ଦିଆଯାଇଛି । ଦାବି ମୁତାବକ ବିଦେଶି ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର ନକଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସହରର ମୁଖ୍ୟ ଇନ୍ଦିରା ଛକରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ ଅବକାରୀ ନିୟମ ଅନୁସାରେ ଖୋଲା ଯାଇନାହିଁ । ଏହି ମଦ ଦୋକାନରୁ କିଛି ଦୂରତାରେ ସରକାରୀ ବାଳିକା ହାଇସ୍କୁଲ, ସର୍ବ ପୁରାତନ ରାମ ମନ୍ଦିର ଅବସ୍ଥିତ । ସରକାରୀ ବାଳିକା ସ୍କୁଲକୁ ଏହି ରାସ୍ତା ଦେଇ ଛାତ୍ରୀମାନେ ସ୍କୁଲ ଯିବା ଆସିବା କରନ୍ତି । ମନ୍ଦିରକୁ ମଧ୍ୟ ପ୍ରତ୍ୟେକ ଦିନ ଶ୍ରଦ୍ଧାଲୁ ମାନଙ୍କ ସମାଗମ ହୋଇଥାଏ । ସେହିପରି ଶାସ୍ତ୍ରୀଛକ ପାଖରେ ଥିବା ବିଦେଶି ଠିପି ବନ୍ଦ ମଦ ଦୋକାନ – ୨ ରହିଛି । ସେହି ମଦ ୋକାନ ପାଖକୁ ଗାୟତ୍ରି ମନ୍ଦିର, ମାତା ମନ୍ଦିର, ଜଗନ୍ନାଥ ମନ୍ଦିର ସହ ନୋଡାଲ ଏମ.ଇ. ସ୍କୁଲ ରହିଛି । ସବୁଦିନ ଏହି ରାସ୍ତାରେ ଜନଗହଳି ରହିଥାଏ । ମୁଖ୍ୟ ଛକ ପାଖରେ ମଦ ଦୋକାନ ଥିବା ଯୋଗୁ ଅନେକ ସମୟରେ ମଦ୍ୟପ ମାନଙ୍କ ଯୋଗୁ ଛାତ୍ରଛାତ୍ରୀଙ୍କ ସହ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ମଦ୍ୟପମାନେ ମଦ ଦୋକାନ ପାଖରେ ଆଡ୍ଡା ଜମାଉଥିବା ଯୋଗୁ ସେହି ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ତୁରନ୍ତ ଦୁଇ ମଦ ୋକାନକୁ ସହରରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଇଛି । ଦାବିପତ୍ରର ଏକ ନକଲ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସାମି ରେଡ୍ଡି ଜୟଶ୍ରୀଙ୍କୁ ମଧ୍ୟ ଦିଆଯାଇଛି । ଦାବିପତ୍ର ଦେବା ସମୟରେ ସଂଘ ସଭାପତି ରୋହନ କୁମାର ମହତ, ସଂପାଦକ ମନୋଜ ତାଣ୍ଡି, ସଦସ୍ୟ ଭୀଷ୍ମ ଜାଲ, ସୁମନ ମହତ, ମୋହନ ସୁନା, ଦଳଗଞ୍ଜନ ମହାନନ୍ଦ, ରାଜେଶ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 5 =