କଣ୍ଟାବାଞ୍ଜି,୨୦/୫- ମହାମାରୀ କରୋନା ସମୟରେ ଲକ ଡାଉନ ଓ ସଟ ଡାଉନ ଭଳି ସମସ୍ୟାରୁ ନିଜନିଜ ଜୀବିକା ହରେଇଥିବା ଗରିବ, ଅସହାୟ ମାନଙ୍କ ପାଇଁ ସହଯୋଗର ହାତ ବଢେଇଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ସେବା କମିଟି । ସହରର ହସ୍ପିଟାଲ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର ବିଭିନ୍ନସ୍ଥାନରେ ଥିବା ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛି । କମିଟିର ଯୁବ ସଦସ୍ୟମାନେ ମାନବ ସେବାହିଁ ଇଶ୍ୱର ସେବାକୁ ଯଥାର୍ଥ ଭାବେ ପାଳନକରି ଲକଡାଉନ ଶେଷ ପର୍ଯ୍ୟନ୍ତ ଏହି ପ୍ରକାର ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ଏହି ନିଃସ୍ୱାର୍ଥ ସେବା କାର୍ଯ୍ୟ କରୁଥିବା ରାଜେନ୍ଦ ନଗର ସେବା କମିଟିର ପ୍ରୟାସକୁ ସହରବାସୀ ବେଶ୍ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ଏହି ସମିତିରେ ଶରତ ଜୈନ, ବିଷ୍ଣୁ ବେହେରା, ଶିବ ବେହେରା, ସଚିନ ହଂସ, ଭବାନୀ ମହାପାତ୍ର, ଓ ମୁନ୍ନା ମହାପାତ୍ର ସହ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି ।