କଣ୍ଟାବାଞ୍ଜି ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା

0 94

କଣ୍ଟାବାଞ୍ଜି,୧/୧୦- କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ତାରେଣୀ ପାଢୀଙ୍କ ଗତ ମଙ୍ଗଳବାର ସକାଳେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ତିନି ଚାରି ଦିନ ହବ ଅସୁସ୍ଥ ଅବସ୍ଥାରେରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହିଖବର ଚାରିଆଡେ ପ୍ରଚାର ହେବାପରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପୂର୍ତ୍ତ ଡାକ ବଙ୍ଗଳାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକଙ୍କ ପକ୍ଷରୁ ଶୋକ ବ୍ୟକ୍ତ କରାଯିବାସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଏଥିସହିତ ତାଙ୍କ ପରିବାରରେ ଥିବା ସ୍ତ୍ରୀ, ଦୁଇଝିଅଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବିହୋଇଥିଲା । ଏହି ଶୋକ ସଭାରେ ସଙ୍ଘର ସମ୍ପାଦକ ଗୁରୁଦାୟଲ ହଂସ , କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି , କୋଷାଧ୍ୟକ୍ଷ ମୋହନ ସୋନି ,ସଦସ୍ୟ କୃତିକର ବାଗ , ବିନୋଦ ସିଂ, ବିମଳ ଦାଶ, ଅନ୍ତିମ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିଥିଲେ ।

hiranchal ad1
Leave A Reply

Your email address will not be published.

7 + two =