କଣ୍ଟାମାଳ,୭/୮ – କଣ୍ଟାମାଳ ବିାନସଭା ନିର୍ବାଚନ ମଣ୍ଡଳୀର ୧ନମ୍ବର ଜୋନ ଘଣ୍ଟାପଡା ର ମାଣ୍ଡିଆଯୋର ଡାକବଙ୍ଗଳା ଓ ୨ନମ୍ବର ଜୋନ୍ କଣ୍ଟାମାଳର କଲ୍ୟାଣ ମଣ୍ଡପ ଠାରେ ଆଜି ବିଜୁ ଜନତା ଦଳର ଜୋନସ୍ତରୀୟ କର୍ମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଉଭୟ ଜୋନରେ ଅନୁଷ୍ଠିତ କର୍ମି ସମ୍ମିଳନୀ ରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ମୂଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବୌଦ୍ଧ ଜିଲ୍ଲା ବିଜେଡି ସଂପାଦକ ପ୍ରଶାନ୍ତ କୁମାର ରଣା ସଭା କାର୍ଯ୍ୟ ପରିଚାଳନା କରିଥିଲେ । ପ୍ରତ୍ୟେକ ପଞ୍ଚାୟତରେ ଥିବା ବିଜେଡି କର୍ମକର୍ତ୍ତାମାନେ ଗାଁ କୁ ଗାଁ ଯାଇ ଲୋକମାନଙ୍କ ସୁଖ ଦୁଃଖ ସହ ସାମିଲ ହୋଇ ସେମାନଙ୍କ ସୁବିଧା ଅସୁବିଧାକୁ ବୁଝିବା ସହ ଗାଁ ଗୁଡିକରେ ଥିବା ବିଭିନ୍ନ ସମସ୍ୟା କୁ ସମାଧାନ ପାଇଁ ପଞ୍ଚାୟତ ଓ ପ୍ରଶାସନିକ ସ୍ତରରେ ଚେଷ୍ଟା କରିବାକୁ ପର୍ଯ୍ୟବେକ୍ଷକ ଶ୍ରୀ ନାୟକ କର୍ମି ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ବିଜେଡି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଅଂଚଳରେ ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସଫଳତାକୁ ଲୋକଙ୍କ ନିକଟକୁ ପହଞ୍ଚାଇବାକୁ ବିଧାୟକ ଶ୍ରୀ ରଣା କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ୧ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତି ମୁକ୍ତାସିନୀ ମଲ୍ଲିକ, ବ୍ଲକ ବିଜେଡି ସଭାପତି ବିପିନ ଭୋଇ, ଯୁବ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ସାହୁ, ଉପସଭାପତି ସାର୍ଦ୍ଦୁଲ ନାଗ, ପ୍ରେମରାଜ ରଣା, ରାଧାବଲ୍ଲଭ ପ୍ରଧାନ,ବୃନ୍ଦାବନ ବାରିକ, ପବିତ୍ର ରଣା, ପ୍ରଦୀପ କୁମାର ଅଗ୍ରାଓାଲ, ଦେବୀ ପ୍ରସାଦ ନାଏକ ସମେତ ୧ ଓ ୨ ନମ୍ବର ଜୋନର ସରପଞ୍ଚ,ସମିତିସଭ୍ୟ/ସଭ୍ୟା,ବିଜେଡି ଦଳୀୟ କର୍ମକର୍ତ୍ତା ସାମିଲ ଥିଲେ ।