ସାହାରପଡା ଜେଇଙ୍କ ବଦଳି ଆକ୍ରୋଶ ମୂଳକ ଅଭିଯୋଗ

0 116

କେନ୍ଦୁଝର,୨୩/୭- ଆକ୍ରୋଶ ମୂଳକ ଭାବରେ ଜଣେ ଜେଇଙ୍କୁ ବଦଳି କରିଥିବାର ସାହାରପଡ଼ା ବ୍ଳକରେ ଚର୍ଚ୍ଚା ଧରିଛି । ସାହାରପଡ଼ା ବ୍ଲକର ଗଣ୍ଡବେଡ଼ା ଏବଂ ସିଲପଦା ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ଜିତ ମହନ ଟୁଡୁ ବିଗତ ୨୦୧୯ ମସିହାରେ ହରିଚନ୍ଦନପୁର ବ୍ଳକରୁ ବଦଳି ହୋଇ ସାହାରପଡ଼ା ବ୍ଳକରେ ଯୋଗ ଦେଇଥିଲେ କିନ୍ତୁ ଦେଖାଗଲା ଏଇ ଅଳ୍ପ ଦିନ ତଳେ ଜିଲ୍ଲାରୁ ଅନ୍ୟତ୍ର ରିଲିଭ ହୋଇଥିବା ପି ଡି ଡିଆରଡିଏ କାହା ଚାପରେ, କେଉଁ ନିୟମ ଆଧାରରେ ମାତ୍ର ଦେଢ ବର୍ଷ ମଧ୍ୟରେ ଶ୍ରୀଟୁଡୁଙ୍କୁ ଅନ୍ୟତ୍ର ଆନନ୍ଦପୁର ବ୍ଲକକୁ ବଦଳି କରି ଦେଇଛନ୍ତି । ଏ ସମ୍ବନ୍ଧରେ ସଦର ବିଧାୟକ ବିରୋଧି ଦଳର ମୋହନ ଚରଣ ମାଝି ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି ସରକାରଙ୍କୁ ଜଣାଇଥିବା ଜଣାଯାଏ । ଜେଇଙ୍କ ଦ୍ୱାରା ତଦାରଖ ହେଉଥିବା ବହୁ ଉନ୍ନତି ମୂଳକ କାର୍ଯ୍ୟ ବର୍ତ୍ତମାନ ଅଧପନ୍ତରିଆ ରହିଯିବ ବୋଲି ଚର୍ଚ୍ଚା ହେଉଛି ।

hiranchal ad1
Leave A Reply

Your email address will not be published.

14 − 5 =