ପାନୀୟ ଜଳର ସୁବିଧା ନଥିବାରୁ ଜଳକଷ୍ଟ ଭୋଗୁଛନ୍ତି ୩ ଆଦିବାସୀ ପରିବାର

0 153

ଖପ୍ରାଖୋଲ,୧୬/୧- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ଅନକାମୁରା ଗ୍ରାମ କୁସୁମପଡାର ୩ ଆଦିବାସୀ ପରିବାର ପାଖରେ ପାନୀୟଜଳ ସୁବିଧା ନଥିବାରୁ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ୩ ଆଦିବାସୀ ପରିବାର ଦୀର୍ଘ ୧୨ ବର୍ଷ ହେବ ପଡ଼ାରେ ବସବାସ କରି ଆସୁଛନ୍ତି । ପାନୀୟ ଜଳ ପାଇଁ ସେମାନଙ୍କୁ ପ୍ରାୟ ୧ କିମି ଦୂରକୁ ଯାଇ ଗାଁ ବସିତିରୁ ନଳକୂପ ପାଣି ଆଣିବାପାଇଁ ଯିବାକୁ ପଡୁଛି ବୋଲି ଏହି ଆଦିବାସୀ ପରିବାରଙ୍କ ଠାରୁ ପ୍ରକାଶ । ସେମାନେ ନିଜେ କୂୂଅଖୋଳି ସେଥିରୁ ପାନୀୟ ଜଳ ସାଙ୍ଗକୁ ନିତ୍ୟ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି । ପଡାରେ ଏକ ନଳକୂପ ଖନନ କରିବାକୁ ସରପଞ୍ଚ , ସମିତି ସଭ୍ୟଙ୍କୁ ଜଣାଇଥିଲେ ମଧ୍ୟ କେହି ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଆଗକୁ ଗ୍ରୀଷ୍ଣଋତୁ ଆସୁଥିବାରୁ ଜଳକଷ୍ଟକୁ ଦୃଷ୍ଟିରେ ରଖି ପୂର୍ବରୁ ପଡ଼ାରେ ଏକ ନଳକୂପ ଖନନ କରିବା ପାଇଁ ବ୍ଳକ ପ୍ରଶାସନ ଦୃଷ୍ଟି ଦେବାକୁ କୁସୁମ ପଡାର ଏହି ୩ ଆଦିବାସୀ ପରିବାର ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 3 =