ଖପ୍ରାଖୋଲ,୨୧/୭- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ମାଲପଡା ସରକାରୀ ମହାବିଦ୍ୟାଳୟରେ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସାରା ରାଜ୍ୟରେ କରୋନା ମହାମାରୀ ବିପତ୍ତି ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସରକାରୀ ସ୍କୁଲ କଲେଜ, ଆଶ୍ରମ ହଷ୍ଟେଲ ବନ୍ଦ ରହୁଥିବା ହେତୁ ଛାତ୍ର ଛାତ୍ରୀମାନେ ନିଜ ନିଜ ଘରେ ରହୁଛନ୍ତି । ସରକାର ଛାତ୍ରଛାତ୍ରୀମାନଙ୍କ ଚଳିତ ଶିକ୍ଷା ବର୍ଷ ଶିକ୍ଷା ପାଇଁ ଅନ୍ ଲାଇନ୍ ରେ ପାଠ ପଢ଼ାର ବ୍ୟବସ୍ଥା ସାଙ୍ଗକୁ , ଖାଦ୍ୟ ,ବହି ଯୋଗାଇ ଦିଆଯାଉଛି । ଗତକାଲି ଆୟୋଜିତ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ମାସ୍କ ,ସାନିଟାଇଜର , ସାମାଜିକ ଦୂରତା ସହ ମହାବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ର ଅଧ୍ୟନରତ +୨ ପ୍ରଥମ ଦ୍ୱିତୀୟ ବର୍ଷ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଛବିଳ ବେହେରାଙ୍କ ସମେତ ସମସ୍ତ ପ୍ରାଧ୍ୟାପକ ଉପସ୍ଥିତ ଥିଲେ । । କାର୍ଯ୍ୟକ୍ରମକୁ ପରିଚାଳନାରେ କର୍ମଚାରୀମାନେ ସହଯୋଗ କରିଥିଲେ ।