ଦାଦନ ଶ୍ରମିକର ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି

0 92

ଖପ୍ରାଖୋଲ,୪/୨ – କେତେ ଆଶା ଭରସା କରି ଦି ପଇସା ରୋଜଗାର ଆଶାରେ ସୁଦୂର ତେଲେଙ୍ଗାନାକୁ ଦାଦନ ଶ୍ରମିକ ଭାବେ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ଏକ ଦୂର୍ଘଟଣା ରେ ମୃତ୍ୟୁ ବରଣ କଲେ ଲାଠୋର ତଳିପଡାର କାର୍ତ୍ତିକ ପୁଟେଲ (୪୫ ବର୍ଷ) । ପଛରେ ଛାଡି ଯାଇଛନ୍ତି ସ୍ତ୍ରୀ କଳାବତୀ ଏବଂ ୫ଟି ଛୋଟ ଛୋଟ ଝିଅଙ୍କୁ । କାର୍ତ୍ତିକ ପରିବାର ଜଣେ ରୋଜଗାରିଆ ବ୍ୟକ୍ତିଥିବାରୁ ତାଙ୍କ ସ୍ତ୍ରୀ କଳାବତୀ ପରିବାର ଚଳାଇବାରେ ଭାଙ୍ଗି ପଡିଛନ୍ତି । ଲାଠୋର କଲେଜ ଛକରେ ଶବ ପହଞ୍ଚିଲା ପରେ ସେଠାରେ ପରିବାର ସଦସ୍ୟଙ୍କ କାନ୍ଦବୋବାଳିରେ ଚତୁଃପାର୍ଶ୍ୱ ଫାଟିପଡୁଥିଲା । ଲାଠୋର କଲେଜ ଛକରେ ଏଲଡିଏ ପକ୍ଷରୁ ଲବ ସୁନାଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ଛୁଆ ମାନଙ୍କୁ ପାଠ ପଢା ପାଇଁ ସରକାର ବନ୍ଦୋବସ୍ତ କରନ୍ତୁ, କଳାବତୀ ଙ୍କୁ ଅତି ଶୀଘ୍ର ଭତ୍ତା ପ୍ରଦାନ କରାଯାଉ, ଦାଦନ ସର୍ଦ୍ଦାର ଏବଂ ଇଟାଭାଟି ମାଲିକ ତୁରନ୍ତ ଗିରଫ କରାଯିବା ସହ ଲାଠୋରରେ ଏକ ଲେବର୍‌ ଅଫିସ ଖୋଲିବାକୁ ଦାବି କରିଛନ୍ତି । ଏଠାରେ ଲାଠୋର ସରପଞ୍ଚ ପ୍ରବିଣ ଅଗ୍ରୱାଲ, ଲାଠୋର ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ପୋଲିସ ଟିମ୍‌ ସହ ଉପସ୍ଥିତ ଥିଲେ । ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

3 × four =