କୌଶଲ୍ୟା ଫାଉଣ୍ଡେସନ ତରଫରୁ ସେବା ସପ୍ତାହ ପାଳନ ଉପଲକ୍ଷେ ୨ୟ ଦିନରେ ୨୪ ଜଣ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ

0 147

ଖପ୍ରାଖୋଲ,୨/୧- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର କୌଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଏବଂ ଓ .ଟି .ଏସ୍‌ .ଏ ପାଟଣାଗଡ଼ଙ୍କ ମିଳିତ ଆନୁକୂଲ୍ୟରେ ନବବର୍ଷ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଇଥିବା ଜଣାପଡ଼ିଛି । ନବ ବର୍ଷ ପାଳନ ଅବସରରେ ମିଳିତ ଅନୁଷ୍ଠାନ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭହୋଇ ପ୍ରଥମ ଦିନ ରେଙ୍ଗାଲଜୁରୀ ଗ୍ରାମର ୬୦ ଜଣ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ କରାଯାଇଥିଲା । ଆଜି ଦ୍ୱିତୀୟ ଦିନରେ ଲୁହାଖାନ ଗ୍ରାମକୁ ଯାଇ ୨୪ ଜଣ ଅସହାୟ ଗରିବ ବୃଦ୍ଧବୃଦ୍ଧା ଙ୍କୁ କମଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ସଞ୍ଜିବ କୁମାର ପୁଟେଲ , ଏବଂ ଓ .ଟି.ଏସ.ଏ ର ସଂଯୋଜିକା ବବିତା ପୁଟେଲ , ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କିସ୍କୋ ଶାଖାର ପରିଚାଳକ ରାଜିବ ପୁଟେଲ ସପତ୍ନୀ ସ୍ୱାସ୍ଥ୍ୟ ସେବିକା ତଥା ନର୍ସିଙ୍ଗ ଅଫିସର ପ୍ରଗତି ପୁଟେଲ ପ୍ରମୁଖ ନିଜସ୍ୱ ଅର୍ଥରେ କମଳ ବଣ୍ଟନ କରିଥିବାବେଳେ ସ୍ୱେଚ୍ଛାସେବିକା ପ୍ରଗତି ବୃଦ୍ଧବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ଏପରି ମହତ୍‌ କାର୍ଯ୍ୟ ପାଇଁ ମିଳିତ ଅନୁଷ୍ଠାନର ଉଦ୍ୟମକୁ ତଥା କର୍ମକର୍ତ୍ତାଙ୍କୁ ବୃଦ୍ଧବୃଦ୍ଧାମାନେ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 16 =