ବନ୍ଧାପଥର ରାସ୍ତାକୁ ସିଲ ପାଇଁ ନିର୍ଦ୍ଦେଶ ଦେଲେ ସରପଞ୍ଚ

0 1,393

ବୌଦ୍ଧ – ହରଭଙ୍ଗା ବ୍ଲକ୍ ବନ୍ଧାପଥର ଗ୍ରାମରେ ଜଣେ ଯୁବକଙ୍କ ଦେହରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିବା ପରେ ସରପଞ୍ଚ ଶ୍ରୀ ରମାକାନ୍ତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମର ସୀମାକୁ ସିଲ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବନ୍ଧାପଥର ଗ୍ରାମର ଜଣେ ଯୁବକ କରୋନା ସଂକ୍ରମଣ ହୋଇଥିବା ରିପୋର୍ଟ ଜିଲ୍ଲା ପ୍ରଶାସନ ପାଇବା ପରେ ତୁରନ୍ତ ଗତକାଲି ସନ୍ଧ୍ୟାରେ ସମ୍ପୃକ୍ତ ଯୁବକଙ୍କୁ ବୌଦ୍ଧ କୋଭିଡ ହେଲଥ ସେଣ୍ଟରକୁ ସ୍ଥାନାନ୍ତର କରିଥିଲା l ସଂକ୍ରମଣ ଆଶଙ୍କାରେ ସରପଞ୍ଚ ଶ୍ରୀ ପ୍ରଧାନ ସଂକ୍ରମିତଙ୍କ ପରିବାର ରହୁଥିବା ସାହିର ପ୍ରବେଶ ପଥକୁ ସିଲ କରାଇଥିଲେ l ଉକ୍ତ ସାହିକୁ କେହି ନଯିବା ପାଇଁ ଏବଂ ସମସ୍ତେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରପଞ୍ଚ ଅନୁରୋଧ କରିଛନ୍ତି |

hiranchal ad1
Leave A Reply

Your email address will not be published.

9 − one =