ଏସାର ପେଟ୍ରୋଲ ଟାଙ୍କିରେ ଗ୍ରାହକ ଠକାମୀ ର ଶିକାର ! ଟାଙ୍କିରେ ମାପ ଓ ଓଜନ ବିଭାଗର ଚଢ଼ାଉ, ଘଟଣାକୁ ଚାପିଦେବାକୁ ଚାଲିଛି କସରତ

0 917


ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିଠାରେ ଥିବା ଏସାର କମ୍ପାନୀର ପେଟ୍ରୋଲ ଟାଙ୍କିରେ ଗ୍ରାହକ ମାନେ ଠକାମୀର ଶିକାର ହୋଇଥିବା ଅଭିଯୋଗ ହୋଇଛି l ଯାହାଫଳରେ ଗତକାଲି ସନ୍ଧ୍ୟାରେ ତରଫରୁ ଜିଲ୍ଲା ମାପ ଓ ଓଜନ ବିଭାଗ ଇନ୍ସପେକ୍ଟର ସାଗରିକା ସାବତ ଏସାର ଟାଙ୍କିରେ ଚଢ଼ାଉ କରିଥିଲେ l ଗତକାଲି ଚଢ଼ାଉ ବେଳେ ଯାଞ୍ଚ କରାଯାଇ ମାପରେ ଅସମାନତା ଦେଖିବାକୁ ମିଳିଥିଲା ଯାହାଫଳରେ ଏସାର କମ୍ପାନୀ ଟାଙ୍କିକୁ ବିଭାଗ ତରଫରୁ ସିଲ୍ କରିଦିଆଯାଇଥିବା ନେଇ ସୂଚନା ମିଳିଥିଲା l ୧ଲିଟର ତେଲରେ ପାଖାପାଖି ୨ଶହ ମିଲି ଲିଟର ତେଲ ମାପ ରେ କମ ଆସୁଥିବା ଘଟଣା ଅଞ୍ଚଳରେ ପ୍ରଘଟ ହୋଇଥିଲା l ଯାହା ଫଳରେ ଗତକାଲି ସନ୍ଧ୍ୟାରୁ ଏସାର ପେଟ୍ରୋଲ ଟାଙ୍କି କୁ ସିଲ୍ କରାଯାଇଥିଲା l ତେବେ ଆଜି ସକାଳୁ ଏହି ଖବର ପ୍ରଘଟ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ଓ ଟାଙ୍କି ମାଲିକ ନିଜର ଦୋଷ ଲୁଚାଇବାକୁ ଯାଇ ଟାଙ୍କିରେ ବିଦ୍ୟୁତ ବ୍ୟବସ୍ଥାରେ ସମସ୍ୟା ରହିଛି ତେଣୁ ଟାଙ୍କିରେ ତେଲ ବିକ୍ରି ବନ୍ଦ ରହିଛି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଇଥିଲେ l ଏହାପରେ ଆଜି ଅପରାହ୍ନରେ ଏସାର କମ୍ପାନୀର ସେଲ୍ସ ମ୍ୟାନେଜରଙ୍କ ସମେତ ଜିଲ୍ଲା ମାପ ଓ ଓଜନ ବିଭାଗ ସହକାରୀ ନିୟନ୍ତ୍ରକ ବିଦ୍ୟାଧର ବିଶ୍ବାଳ ଘଟଣା ସ୍ଥଳରେ ପହଞ୍ଚି ଆଜି ପୁନର୍ବାର ଯାଞ୍ଚ୍ କରିଥିଲେ । ଯାଞ୍ଚ୍ ବେଳେ ଟାଙ୍କିରେ ଥିବା ୬ଟି ନୋଜଲ ମଧ୍ୟରୁ ୪ଟିରେ ତ୍ରୁଟି ଥିବା ଜଣା ପଡ଼ିଥିବା ବେଳେ ୨ଟି ଡିଜେଲ ନୋଜଲ ରେ ଠିକ ପରିମାଣ ର ତେଲ ଆସୁଥିବା ସହକାରୀ ନିୟନ୍ତ୍ରକ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି, କିନ୍ତୁ ସେହି ୪ଟି ନୋଜଲରେ କେତେ ପରିମାଣର ତେଲ କମ ଆସୁଛି ସେ ନେଇ କିଛି କହି ନଥିଲେ l ଅନ୍ୟ ପକ୍ଷରେ ଟାଙ୍କି ଆରମ୍ଭ ହେବା ଦିନଠାରୁ ଟାଙ୍କିରେ ଗ୍ରାହକ ମାନଙ୍କୁ ତେଲ ମାପରେ ଠକେଇ ହେଉଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଟାଙ୍କି ମାଲିକ ଏହାକୁ କର୍ଣ୍ଣପାତ କରୁନଥିବା ବେଳେ ମାପରେ ଠକେଇ ଯୋଗୁଁ ଗତ ୨୪ଘଣ୍ଟା ହେଲା ଟାଙ୍କିକୁ ସିଲ କରି ବିଭାଗୀୟ ଅଧିକାରୀ ମାନେ ଯାଞ୍ଚ୍ କରୁଥିବା ଯୋଗୁ ଗ୍ରାହକମାନେ ସନ୍ଦେହ କରି ଆସୁଥିବା ଘଟଣା ଆଜି ସତ୍ୟତାରେ ପରିଣତ ହୋଇଛି ବୋଲି ଚର୍ଚ୍ଚା ଯୋର୍ ଧରିଛି । ଅନ୍ୟପଟେ ଦୀର୍ଘ ଦିନ ଧରି ଠକାମୀର ଶିକାର ହୋଇଥିବା ସାଧାରଣ ଗ୍ରାହକଙ୍କ କ୍ଷତି କିଏ ଭରଣା କରିବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି l ଅନ୍ୟପକ୍ଷରେ ୨୪ଘଣ୍ଟା ଧରି ଏସାର ପେଟ୍ରୋଲ ଟାଙ୍କିକୁ ମାପ ଓ ଓଜନ ବିଭାଗ ସିଲ୍ କରି ଯାଞ୍ଚ କରୁଥିଲେ ସୁଦ୍ଧା ଏନେଇ ଜିଲ୍ଲାପାଳ କିମ୍ବା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ କୋୖଣସି ସୂଚନା ଦିଆଯାଇନାହିଁ l ଏହି ଭଳି ଭାବେ ସାଧାରଣ ଲୋକଙ୍କୁ ତେଲ ମାପରେ ଠକି ଥିବା ଘଟଣା ଯୋଗୁଁ ବର୍ତ୍ତମାନ ଏସାର ପେଟ୍ରୋଲ ଟାଙ୍କି ଉପରେ ଲୋକମାନେ ଆଉ ବିଶ୍ୱାସ ଓ ଭରଷା କରିବେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଅନ୍ୟ ପକ୍ଷରେ ଏହି ଘଟଣା କୁ ରଫାଦଫା କରିଦେଇ କିଛି ଜୋରିମାନା ପକାଇଦେଇ ଟାଙ୍କିକୁ ସଚଳ କରିବା ପାଇଁ ମୋଟା ଅଙ୍କର ଅର୍ଥ କାରବାର ମସୁଧା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ଏନେଇ ବିଭାଗୀୟ ଜିଲ୍ଲା ଇନ୍ସପେକ୍ଟର ସାଗରିକା ସାବତଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ଦେଇ ପାରିବେ ନାହିଁ କହି ତାଙ୍କର ଚିରାଚରିତ ଢଙ୍ଗରେ ଧନ୍ୟବାଦ କହି ଫୋନ କାଟି ଦେଇଥିଲେ l ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଯୋର୍ ଦାର୍ ଚାଲିଛି ।

hiranchal ad1
Leave A Reply

Your email address will not be published.

one × 4 =