କୋଭିଡ କଟକଣା ଅନୁସାରେ ବୁର୍ଲାରେ ଦୁଇଦିନିଆ ସଟଡାଉନ

0 61


ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ କରୋନା ତାହାର ରୌଦ୍ରରୂପ ଦେଖାଇବା ଆରମ୍ଭ କରିଦେଇଛି ଓ ସ୍ଥାନୀୟ ଉପନଗରୀ ବୁର୍ଲାରେ ଏହାର ପରାକ୍ରମ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ଓ୍ବାର୍ଡ ୩ରୁ ୭ ପର୍ଯ୍ୟନ୍ତ ଅଞ୍ଚଳରେ ଆଗାମୀ କାଲି ଓ ପରଦିନ ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଆଜି ଆଉ ଜଣକର ପଜିଟିଭ ଚିହ୍ନଟ ସହିତ ଜିଲ୍ଲା ରେ ମୋଟ ଚିହ୍ନିତ କରୋନା ପଜିଟିଭ ଙ୍କ ସ°ଖ୍ଯା ୧୦୫ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୭ଜଣ ସୁସ୍ଥହୋଇ ଘରକୁ ଗଲାପରେ ବାକି ୫୮ଜଣଙ୍କ ର ଚିକିତ୍ସା କୋଭିଡ ହସ୍ପିଟାଲରେ କରାଯାଉଛି । ଏ ବିଷୟରେ ଆଜି ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ସେଠାରେ ସ୍ବାସ୍ଥ୍ୟ ସେବାର ଉପଯୁକ୍ତ ପରିଚାଳନା ପାଇଁ ଉକ୍ତ ଅଞ୍ଚଳରେ ଥାଇ ମଧ୍ୟ ଭିମସାର କ୍ଯାମ୍ପସ କୁ ଉକ୍ତ କଟକଣା ରୁ ବାଦ ରଖାଯାଇଛି । ଘୋଷିତ କଟକଣା ଅନୁସାରେ ଉକ୍ତ ଅଞ୍ଚଳରେ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନମାନ ବନ୍ଦ ରଖିବା ସହିତ ସେଠାରେ ସରକାରୀ ଓ ଘରୋଇ ବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଅତ୍ଯାବଶ୍ଯକ ସେବା, ଯଥା ସ୍ବାସ୍ଥ୍ୟସେବା, ଆପାତକାଳ ସେବା ରେ ନ୍ଯସ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ଯାଲୟ, ମିଡିଆ, ପେଟ୍ରୋଲ ପମ୍ପ, ଏଟିଏମ, ମାଳପରିବହନ ଓ ଜରୁରୀ ବାହନ ସେବା ପାଇଁ ସେଠାରେ ଅନୁମତି ରହିଛି । ଏହା ବ୍ଯତିତ ଅନ୍ୟ କୌଣସି ସେବାକାର୍ଯ୍ଯ ପାଇଁ ପ୍ରଶାସନ ଠାରୁ ଅନୁମତି ନେବାକୁ ପଡିବ । ଏହି ପ୍ରଶାସନିକ ଘୋଷଣା ର ବିରୁଦ୍ଧରେ ଗଲେ କଡା କାର୍ଯ୍ଯାନୁଷ୍ଠାନ ପାଇଁ ତାଗିଦ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × 3 =