ଜଙ୍ଗଲ ନିୟମ ପରେ କୋଭିଡ ନିୟମ ଉଲ୍ଲଙ୍ଘନ କଲା ଠିକା ସଂସ୍ଥା

0 533

ବୌଦ୍ଧ – ହରଭଙ୍ଗା ବ୍ଲକ୍ ତଳଗାଆଁ ଗ୍ରାମ ପଂଚାୟତ ଅଂଚଳରେ 11 କେଭି ବିଦ୍ୟୁତ୍ ସଂଯୋଗ କାମ କରୁଥିବା ଗୋଟିଏ ଠିକା ସଂସ୍ଥା ଉତ୍ତର ପ୍ରଦେଶର 17 ଜଣ ଶ୍ରମିକଙ୍କୁ ଆଣି ଅଭିନବ ଉପାୟରେ ତଳଗାଆଁ ପଠାଉଥିବା ବେଳେ ପୋଲିସ ହାତରେ ଧରା ପଡିବା ଚର୍ଚ୍ଚାର ବିଷୟ ପାଲଟିଛି l ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ଠିକା ସଂସ୍ଥାର ଜଣେ ସ୍ଥାନୀୟ ଅଂଚଳର ଜଣେ କର୍ମଚାରୀ ଉତ୍ତର ପ୍ରଦେଶର 17 ଜଣ ଶ୍ରମିକଙ୍କୁ ରେଢାଖୋଲ ରେଳ ଷ୍ଟେସନରୁ ଆଣି ବୌଦ୍ଧ ପାର୍ଶ୍ବ ମହାନଦୀ ବ୍ରିଜ ଉପରେ ରଖିଥିଲେ l ବୌଦ୍ଧ ସଟ ଡାଉନ ଯୋଗୁଁ ବ୍ରିଜ ଛକରେ ପୋଲିସ୍ ଚେକ୍ ପୋଷ୍ଟ ରେ ତନଖି ଚାଲୁଥିଲା l ପୋଲିସକୁ ଚକମା ଦେବା ପାଇଁ ମହାନଦୀ କୂଳେ କୂଳେ 17 ଶ୍ରମିକଙ୍କୁ ଚାଲି ଚାଲି ଯିବାକୁ କର୍ମଚାରୀ କହିଥିଲେ l

hiring


କିନ୍ତୁ ସେମାନେ ଲୁଚି ଲୁଚି ଯିବା ବେଳେ ପୋଲିସ ସିନା କୌଣସି ଟେର ପାଇନଥିଲା ମାତ୍ର ସ୍ଥାନୀୟ ଲୋକେ ନଦୀ କୂଳେ କୂଳେ ଦଳେ ଶ୍ରମିକ ରାତିରେ ଲୁଚି ଲୁଚି ଯାଉଥିବା ନେଇ ପୋଲିସକୁ ଖବର ଦେଇଥିଲେ | ପୋଲିସ୍ ସେମାନଙ୍କୁ ଅଟକାଇ ବ୍ରିଜ ଛକରେ ଥିବା ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ରଖିଥିଲା l ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି କାଲି ସକାଳୁ ଅବଶ୍ୟ ସେମାନଙ୍କୁ ଠିକା ସଂସ୍ଥା ତଳଗାଆଁ ନେଇ ଯାଇଥିବା ଜଣାପଡିଛି l ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉକ୍ତ ଘରୋଇ ଠିକା ସଂସ୍ଥା ଗତ ମାସରେ ତଳଗାଆଁ ଅଂଚଳରେ ସଂରକ୍ଷିତ ଜଙ୍ଗଲରୁ ଶହ ଶହ ମୂଲ୍ୟବାନ୍ ଗଛ କାଟିଥିବା ଅଭିଯୋଗ ହୋଇଥିଲା | ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ କାର୍ଯ୍ୟାନୁଷ୍ଠାନ ଭୟରେ ଠିକା ସଂସ୍ଥାର ଲୋକମାନେ ସେହି ସ୍ଥାନ ଛାଡି ଫେରାର ମାରିଥିଲେ l ବନ ବିଭାଗ ସ୍ଥାନୀୟ ଅଂଚଳର କିଛି କାଠ କଟାଳିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l
ଉତ୍ତର ପ୍ରଦେଶ କରୋନାର ହଟସ୍ପଟ୍ ଅଂଚଳ ଭାବରେ ପରିଚିତ ଥିଲେ ମଧ୍ୟ ପ୍ରଶାସନ ସେମାନଙ୍କର କୌଣସି ପରୀକ୍ଷା ନକରି କିମ୍ବା କ୍ବାରେଣ୍ଟାଇନ୍ ସେଣ୍ଟରରେ ନ ରଖି ଛାଡ଼ିଦେବା ଘଟଣାକୁ ଜନସାଧାରଣ ନାପସନ୍ଦ କରିଛନ୍ତି |

hiranchal ad1
Leave A Reply

Your email address will not be published.

one × one =