ବୌଦ୍ଧ :ଶତାଧିକ କରୋନା ପଜିଟିଭ ଚିହ୍ନଟ ପରେ ମଧ୍ୟ ୟେଲୋ ଜୋନରେ

0 1,449

hiring

ବୌଦ୍ଧ – ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇ 135 ରେ ପହଞ୍ଚି ଯାଇଥିବା ସତ୍ବେ ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଥିବା ସଦ୍ୟ ପ୍ରକାଶିତ ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି | ଯେଉଁ ଜିଲ୍ଲାରେ ଏକକାଳୀନ ଶହେରୁ ଅଧିକ କରୋନା ରୋଗୀ ସକ୍ରୀୟ ରହିଛନ୍ତି ସେଭଳି ଜିଲ୍ଲା ଗୁଡିକୁ ରେଡ ଜୋନ ଅନ୍ତର୍ଭୁକ୍ତ କରାଯାଇଛି | 50 ରୁ 100 ମଧ୍ୟରେ ରୋଗୀ ସକ୍ରୀୟ ଥିବା ଜିଲ୍ଲାକୁ ୟେଲୋ ଜୋନରେ ରଖାଯାଇଥିବା ଜଣା ପଡିଛି l ବର୍ତ୍ତମାନ ବୌଦ୍ଧ ଜିଲ୍ଲାରେ 59 ଜଣ ପଜିଟିଭ ସକ୍ରୀୟ ଥିବା ହେତୁ ୟେଲୋ ଜୋନ ଅନ୍ତର୍ଭୁକ୍ତ କରାଯାଇଛି | ତଥ୍ୟ ଅନୁଯାୟୀ ରାଜ୍ୟର 18 ଜିଲ୍ଲା ରେଡ ଜୋନରେ, 8 ଜିଲ୍ଲା ୟେଲୋ ଜୋନରେ ଓ 4 ଜିଲ୍ଲା ଗ୍ରୀନ ଜୋନରେ ରହିଛି | ପଡୋଶୀ ନୟାଗଡ ଓ କନ୍ଧମାଳ ଜିଲ୍ଲା ରେଡ ଜୋନ ଅନ୍ତର୍ଭୁକ୍ତ ଥିବାବେଳେ ଅନୁଗୁଳ ୟେଲୋ ଓ ସୋନପୁର ଗ୍ରୀନ ଜୋନରେ ରହିଛି |

hiranchal ad1
Leave A Reply

Your email address will not be published.

five + four =