ସମ୍ବଲପୁର:ଜନଦାବିକୁ ଆଖି ଆଗରେ ରଖି ଜିଲ୍ଲାପାଳ ଶୁଭମ ସକସେନା ଆଜି ତାଙ୍କର ପୂର୍ବ ଘୋଷଣା ରେ କିଛି ସ°ଶୋଧନପୂର୍ବକ ଆଗାମୀ ୧୫, ୨୨ ଓ ୨୩ ଅଗଷ୍ଟ ଦିନ ସଟଡାଉନ ବାତିଲ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏବର୍ଷ ଗଣେଶ ପୂଜା ପଡୁଛି ଶନିବାର ୨୨ ଅଗଷ୍ଟ ଦିନ ଓ ତହିଁ ଆରଦିନ ରବିବାର ରେ ପଡୁଛି ଏହି ଅଞ୍ଚଳର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଗଣପର୍ବ ନୂଆଖାଇ କିନ୍ତୁ ଏହି ଦୁହି ଦିନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶଟଡାଉନ ଘୋଷଣା କରାଯାଇଥିଲା । ଜଣା ପଡ଼ିଲା ପରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହୋଇଥିଲା ଓ ତାହାକୁ ନେଇ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରି ନାଏକ ତାଙ୍କ ସମର୍ଥକମାନଙ୍କୁ ଆନ୍ଦୋଳନ କରିଥିଲେ । ସେମାନେ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏବିଷୟରେ ଏକ ଦାବିପତ୍ର ପଠାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ ଜନଭାବନା କୁ ସମ୍ମାନ ଦେଇ ଉକ୍ତ ଦୁଇ ଦିନ ସଟଡାଉନ ବାତିଲ କରାଯାଉ । ବରଗଡ଼ ସା°ସଦ ସୁରେଶ ପୂଜାରୀ ମଧ୍ୟ ଏହାପରେ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖି ଏବିଷୟରେ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଙ୍କ ଏହି ନୂତନ ଘୋଷଣା ସାର୍ବଜନିକ ହେଲାପରେ ସବୁ ଆଡ଼େ ଖୁସିର ଲହରୀ ଖେଳିଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post