କନ୍ଧମାଳରେ ଥମୁନୀ ଜନନୀ ଯନ୍ତ୍ରଣା : ୬କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

0 142


ବାଲିଗୁଡ଼ା: ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ । ଗାଁ କୁ ପହଁଚି ପାରିଲାନି ଆମ୍ବୁଲାନ୍ସ । ୬କିଲୋମିଟର ଷ୍ଟ୍ରେଚରରେ ବୋହି ଆଣିବାପରେ ପ୍ରସୂତୀଙ୍କୁ ଡାକ୍ତରଖାନାରେ ପହଁଚାଇଲେ ଆମ୍ବୁଲାନ୍ସ କର୍ମଚାରୀ । ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ ଯାହା ଫଳରେ ଜରୁରୀ କାଳୀନ ପରିସ୍ଥିତିରେ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନଥିବା କାରଣରୁ ମୁଖ୍ୟତଃ ଗର୍ଭବତୀ ମହିଳା ମାନେ ଜନନୀ ଯନ୍ତ୍ରଣାର ଶିକାର ହେଉଛନ୍ତି l ଏଭଳି ଏକ ଘଟଣା ଆଜି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲ ତୁମୁଡ଼ିବନ୍ଧ ବ୍ଲକ୍ ବିଲାମାଳ ପଞ୍ଚାୟତର ଗୁଣ୍ଡୁରିଖୋଲା ଗ୍ରାମରେ । ସୂଚନାପ୍ରକାରେ ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବିଲାମାଳ ପଞ୍ଚାୟତର ଗୁଣ୍ଡୁରିଖୋଲା ଗ୍ରାମର ବାଥଲିମା ମାଝୀଙ୍କୁ ପ୍ରସବ ଜନ୍ତ୍ରଣା ହେବାରୁ ଆଶା ଦିଦୀ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ।ଆମ୍ବୁଲାନ୍ସଟି ଜିଲ୍ଲା ମଧ୍ୟରୁ ଆସିନଥିବା ବେଳେ ରାୟଗଡ଼ା ଜିଲ୍ଲା ଅମ୍ବାଦଳାରୁ ଆସିଥିଲା । କିନ୍ତୁ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଗାଁ କୁ ଯାଇପାରିନଥିଲା l ଗାଁ ଠାରୁ ୬କିଲୋମିଟର ଦୂର ସିଲିକୁଡି ଯାଏଁ ଆମ୍ବୁଲାନ୍ସ ଯାଇଥିଲା l ତେବେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ବଢ଼ିବାରୁ ଆମ୍ବୁଲାନ୍ସ ରେ ଥିବା ଆମ୍ବୁଲାନ୍ସ କର୍ମଚାରୀମାନେ ଗାଡ଼ିରେ ଥିବା ଷ୍ଟ୍ରେଚର ନେଇ ବଣ ଜଙ୍ଗଲ ଖାଲ ଢ଼ିପ କାଦୁଅ ଭର୍ତ୍ତି ରାସ୍ତା ଦେଇ ଗାଁ ରେ ପହଞ୍ଚିବାସହ ଷ୍ଟ୍ରେଚର ରେ ମହିଳାଙ୍କୁ ଦିର୍ଘ ୬ କିଲୋମିଟର ବୋହିଆଣିବା ପରେ ସିଲିକୁଡି ଗାଁ ନିକଟରେ ଅଟକି ଥିବା ଆମ୍ବୁଲାନ୍ସରେ ସେଠାରୁ ଆଣି ତୁମୁଡ଼ିବନ୍ଧ ଡାକ୍ତରଖାନାରେ ପହଁଚାଇଥିଲେ l ବର୍ତ୍ତମାନ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମ୍ପୃକ୍ତ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଛନ୍ତି l

hiranchal ad1
Leave A Reply

Your email address will not be published.

three × one =