ପରିଚାଳନାରେ ତ୍ରୁଟି: ୧୫ କିଲୋମିଟର ଚାଲି ଚାଲି ଗଲେ ପ୍ରବାସୀ !

0 811

hiring

ବୌଦ୍ଧ : କରୋନା ମୁକାବିଲାରେ ଅବହେଳା ଓ ଅବ୍ୟବସ୍ଥା ବୌଦ୍ଧ ଜିଲ୍ଲାରେ ନୁଆଁ କଥା ନୁହେଁ l ଗତକାଲି ହରଭଙ୍ଗା ବ୍ଲକରେ ଯାହା ଯେମିତି ଘଟିଲା ତାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ର ଖୋରାକ୍ ଯୋଗାଇଛି l ମିଳିଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ୪ ଜଣ ପ୍ରବାସୀ ଶ୍ରମିକ ରେଳ ଯୋଗେ ଭୁବନେଶ୍ବର ଆସି ସେଠାରୁ ବସରେ ଚାରିଛକ ପର୍ଯ୍ୟନ୍ତ ଆସିଥିଲେ l ସେମାନେ ହରଭଙ୍ଗା ବ୍ଲକ୍ ଛତ୍ରଙ୍ଗ ଓ ସଙ୍କୁଲେଇ ଗ୍ରାମ ପଂଚାୟତର ଅଧିବାସୀ ହୋଇଥିବାରୁ ସେମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ପର୍ଯ୍ୟନ୍ତ ପଠାଇବାକୁ ଛତ୍ରଙ୍ଗ ସରପଞ୍ଚଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ | ମିଳିଥିବା ସୂଚନା ଅନୁଯାୟୀ ସରପଞ୍ଚ ବ୍ଲକ୍ ପ୍ରଶାସନକୁ ଏ ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟର ପର୍ଯ୍ୟନ୍ତ ପହଞ୍ଚାଇବାର କୌଣସି ବ୍ୟବସ୍ଥା ବହୁ ସମୟ ଧରି ହୋଇ ପାରିନଥିଲା l ଫଳରେ ହତାଶ ହୋଇ ପ୍ରବାସୀ ଶ୍ରମିକ ମାନେ ପାଦରେ ଚାଲି ଚାଲି ପ୍ରାୟ ୧୫ କିଲୋମିଟର ଖରଭୁଇଁ ପର୍ଯ୍ୟନ୍ତ ଆସିଥିଲେ l ପରେ ଏ ଅବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ମାନେ ବିଡିଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଗାଡିର ବ୍ୟବସ୍ଥା କରି ୪ ପ୍ରବାସିଙ୍କୁ ତଳଗାଆଁ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି l ଦାୟିତ୍ବରେ ଥିବା ଅଧିକାରୀଙ୍କ ଏଭଳି ଦାୟିତ୍ବହୀନତାକୁ ସର୍ବସାଧାରଣରେ ନାପସନ୍ଦ କରାଯାଉଛି l

hiranchal ad1
Leave A Reply

Your email address will not be published.

two × four =