ମ୍ୟାନେଜରଙ୍କ ନମୂନା ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ SBI ଶାଖା ସିଲ୍

0 112


ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ଷ୍ଟେଟ ବ୍ୟାଙ୍କ ସିଲ୍ କଲା ପ୍ରଶାସନ । ବ୍ୟାଙ୍କ୍ ମ୍ୟାନେଜରଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ ବ୍ୟାଙ୍କ୍ ସିଲ୍ ହୋଇଥିବା ଜଣାପଡ଼ିଛି । ଏଥିସହିତ ସମସ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ଜଣାପଡ଼ିଛି ।
କନ୍ଧମାଳ ଜିଲ୍ଲାର ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ବ୍ୟାପକ ଭିଡ଼ ଯୋଗୁଁ ହେଉ କିମ୍ୱା କର୍ମଚାରୀ ଙ୍କ ବେପରୁଆ ଚଳପ୍ରଚଳ ଯୋଗୁଁ ହେଉ କାର୍ଯ୍ୟରତ କର୍ମଚାରୀଙ୍କୁ କରୋନା ସଂକ୍ରମଣ ସଂଖ୍ୟା ଗୋଟିଏ ପରେ ଗୋଟିଏ ଶାଖାରୁ ବାହାରିବାରେ ଲାଗିଛି |ସେହିପରି ଦାରିଙ୍ଗବାଡ଼ିରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଦାରିଙ୍ଗବାଡ଼ି ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ୟାଙ୍କ୍ କୁ ସିଲ୍ କରାଯାଇଥିଲା ଏବଂ ଉକ୍ତ ସମ୍ପୃକ୍ତ କର୍ମଚାରୀ ଙ୍କ ସହ କୋଟଗଡ ବ୍ୟାଙ୍କ ର ଜଣେ କର୍ମଚାରୀ ଗତ ୧୦ ତାରିଖ ଦିନ ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଯାଇଥିଲେ। କିଛି ଦିନପରେ ଦେହ ଅସୁସ୍ଥ ହେବାରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ନମୁନା ପଠାଯାଇଥିଲା । ସମ୍ପୃକ୍ତ କର୍ମଚାରୀଙ୍କ ପଜିଟିଭ୍ ରିପୋର୍ଟ ଆସିବାପରେ କୋଟଗଡ଼ ବ୍ଳକ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରିସହ କଣ୍ଟାକ୍ଟ ଟ୍ରେନିଂ ଉପରେ ଯାଞ୍ଚ୍ ଆରମ୍ଭ କରାଯାଇଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ କୋଟଗଡ ତହସିଲଦାର ଲକ୍ଷ୍ମୀଧର ସାହୁ , ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ , ରାଜସ୍ୱ ନିରୀକ୍ଷକ ପ୍ରମୁଖ ବ୍ୟାଙ୍କରେ ପହଞ୍ଚି ବ୍ୟାଙ୍କ କୁ 27ତାରିଖ ପର୍ଯ୍ୟନ୍ତ ସିଲ୍ କରିବା ସହ ଅଗ୍ନିସମ ବିଭାଗ ଦ୍ୱାରା ବ୍ୟାଙ୍କ୍ କୁ ସାନିଟାଇଜ୍ କରାଯାଇଛନ୍ତି ଏଥିସହିତ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିବା ବେଳେ ସେମାନଙ୍କର ଖୁବଶୀଘ୍ର ସ୍କ୍ରିନିଂ ଟେଷ୍ଟ କରାଯିବା ନେଇ କୋଟଗଡ଼ ତହସିଲଦାର ସୂଚନା ଦେଇଛନ୍ତି |

hiranchal ad1
Leave A Reply

Your email address will not be published.

5 × 3 =