କିଆକଟା ହାଇସ୍କୁଲରେ ପାସହାର ୭୭.୦୧ ପ୍ରତିଶତ

0 413

କିଆକଟା : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଭିଡିଓ ରିଲିଜ ମାଧ୍ୟମରେ ପରୀକ୍ଷା ଫଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ହାଇସ୍କୁଲର ମଧ୍ୟ ଫଳ ସନ୍ତୋଷଜନକ ରହିଛି । ଚଳିତ ବର୍ଷ କିଆକଟା ହାଇସ୍କୁଲରେ ପାସହାର ୭୭.୦୧ ପ୍ରତିଶତ ରହିଛି । ଯାହା ରାଜ୍ୟସ୍ତରୀୟ ପାସହାରଠାରୁ ସାମାନ୍ୟ କମ୍ । ରାଜ୍ୟରେ ପାସହାର ୭୮.୭୬ ପ୍ରତିଶତ ରହିଛି । କିଆକଟା ହାଇସ୍କୁଲରେ ବି-୨ ଗ୍ରେଡରେ ୪ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସି-ଗ୍ରେଡରେ ୬, ଡି-ଗ୍ରେଡରେ ୧୨, ଇ-ଗ୍ରେଡରେ ୪୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ଫେଲ ହୋଇଛନ୍ତି । ଚଳିତ ବର୍ଷ କିଆକଟା ହାଇସ୍କୁଲରୁ ୮୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରୁ ୬୭ଜଣ ପାସ୍ କରିଥିବା ବେଳେ ୨୦ ଜଣ ଫେଲ ହୋଇଛନ୍ତି । ହାଇସ୍କୁଲର ଟପର ଭାବେ ସୁଚିତ୍ରା ବଘାର ୪୧୩ ନମ୍ବର ରଖିଛନ୍ତି । ସେ ତାଙ୍କର ସଫଳତା ପାଇଁ ନିଜର ପିତାମାତା ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ପରୀକ୍ଷା ଫଳ ସଂପର୍କିତ ସୂଚନା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ କୁମାର ମୁଦୁଲି ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four + eleven =