ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ

0 477

କଟକ: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା କରିବା ବାହାନାରେ ଦୌଡ଼ି ପଳାଉଥିଲା। କିନ୍ତୁ ପୁଲିସ ସେହି ସମୟରେ ଉପାୟ ନପାଇ ବାଧ୍ୟହୋଇ ହାଇଦରକୁ ଗୁଳି କରିଥିଲା । ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଏନେଇ କଟକ ଡିସିପି ପ୍ରତୀକ ସିଂ ପ୍ରେସମିଟ୍ କହିଛନ୍ତି ଯେ ଚୌଦ୍ୱାର ଜେଲରୁ ବାରିପଦା ଜେଲକୁ ନିଆଯାଉଥିଲା। ହାଇଦରକୁ ଜଣେ ଇନ୍ସପେର, ଜଣେ SI, ଏକ ସେକ୍ସନ ଫୋର୍ସ ନେଉଥିଲେ। ବାଲେଶ୍ୱର ସିମୁଳିଆ ନିକଟରେ ପ୍ରାୟ ଅପରାହ୍ନ ୩.୨୦ ସମୟରେ ପରିସ୍ରା ଯିବା ପାଇଁ କହିଥିଲା। ପରିସ୍ରା ଯିବା ବାହାନାରେ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାସହ ସେ ପୋଲିସ୍ ପାଖରେ ଥିବା ବନ୍ଧୁକ ଛଡାଇବାକୁ ଚେଷ୍ଟା କରିଥିଲା। ଯେତେ ୱାର୍ଣ୍ଣିଂ ଦିଆଯାଇଥିଲେ ବି ସେ ମାନି ନଥିଲା। ଏହାପରେ ଜଣେ କନେଷ୍ଟେବଳ ତା ଉପରକୁ ଫାୟାରିଂ କରିଥିଲେ। ଗୁଳିଟି ତାର ପେଟରେ ବାଜିଛି। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ପୂର୍ବତନ ଡିଜି ସଂଜୀବ ମାରିକ୍ କହିଛନ୍ତି ଯେ- ଏହାକୁ ଗୁରୁତର ସହ ନେବା ଆବଶ୍ୟକ। ଜେଲ୍‌ ସ୍ଥାନାନ୍ତର ବେଳେ ପୋଲିସ୍ ପକ୍ଷରୁ ଠିକ୍ ଭାବେ ଏସଓପି ପାଳନ କରାଯାଇନଥିବ। ଗତ ଏପ୍ରିଲ ମାସରେ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିବା ବେଳେ ଚକମା ଦେଇ ଖସି ପଳାଇଥିଲା ହାଇଦର। ବୁର୍ଲା ମେଡିକାଲରୁ ରେଫର ହୋଇ SCB ଆସିଥିବା ହାଇଦର ସର୍ଜରୀ ବିଭାଗ ୫ ନମ୍ବର କ୍ୟାବିନରେ ଥିଲା। ତାକୁ ଜଗିବା ପାଇଁ ଜଣେ ସୁରକ୍ଷା କର୍ମୀ ନିୟୋଜିତ ଥିଲେ। ସୁରକ୍ଷା କର୍ମୀଙ୍କୁ ନିଶା ଦେଇ ହାଇଦର ଖସି ଯାଇଥିବା ପ୍ରଥମେ ସୂଚନା ମିଳିଥିଲା। ପରେ ଏହି ଫେରାର ଘଟଣାରେ ନିୟୋଜିତ ହୋଇଥିବା ୬ ପୁଲିସ୍‌ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

thirteen + 1 =