ପାଇପ ଫାଟି ପାନୀୟ ଜଳ ଯୋଗାଣ ଠପ୍

0 395

hiring

ବୌଦ୍ଧ -ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ଲକରେ ଏଲ ଏଣ୍ଡ ଟି କମ୍ପାନୀ ତରଫରୁ ଟେଣ୍ଡର ନିଆଯାଇ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମ ଚାଲିଛି l ପ୍ରକଳ୍ପ ପାଇଁ ପାଇପ ପୋତା ଯିବା ସକାଶେ ମେସିନ୍ ଯୋଗେ ଗାତ ଖୋଳା ଯାଉଥିବାରୁ ଅନେକ ସରକାରୀ ସମ୍ପତ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି l ଜିଲ୍ଲାର ବିଭିନ୍ନ ଗ୍ରାମର କଙ୍କ୍ରୀଟ୍ ଓ ପିଚୁ ରାସ୍ତା ଖୋଳି ନଷ୍ଟ ହୋଇଥିବା ବେଳେ ଅନେକ ନଳକୂପ ଓ ପୁର୍ବରୁ ସ୍ଥାପିତ ହୋଇଥିବା ପାନୀୟ ଜଳ ଯୋଗାଣର ପାଇପ ଗୁଡିକ ଫାଟି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l
କାମ କରୁଥିବା ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁଁ କଣ୍ଟାମାଳ ବ୍ଲକ୍ ଘିକୁଣ୍ଡି ଗ୍ରାମର ଜନସାଧାରଣ ପାନୀୟ ଜଳ ସଂକଟ ଦୀର୍ଘ କିଛି ଦିନ ହେଲା ଭୋଗି ଆସୁଛନ୍ତି | ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ସେମାନେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ବ୍ୟବହାର କରି ଆସୁଛନ୍ତି | ବର୍ତ୍ତମାନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ପାଇପ ବିଛାଇବା ସକାଶେ ଠିକା ସଂସ୍ଥା ତରଫରୁ ଗାତ ଖୋଳା କାମ ଚାଲିଥିବାରୁ ପୁରୁଣା ପ୍ରକଳ୍ପର ପାଇପ ବିଭିନ୍ନ ସ୍ଥାନରେ ମେସିନ୍ ବାଜି ଫାଟି ଯାଇଛି l ତାହାକୁ ମରାମତି ନ କରି ପକାଇ ଦେଇ ଥିବାରୁ ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ | ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l

hiranchal ad1
Leave A Reply

Your email address will not be published.

17 − 15 =