ପାହାଳ ମିଠା ବ୍ୟବସାୟୀଙ୍କ ପାଇଁ ସ୍ଵତନ୍ତ୍ର ଟୀକା କରଣ ବ୍ୟବସ୍ଥା

0 101

hiring

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ପାହାଳ ରସଗୋଲା ଫାଉଣ୍ଡେସନ ତରଫରୁ ଭିଏସସ କଲ୍ୟାଣ ମଣ୍ଡପରେ ଏକ ସ୍ବତନ୍ତ୍ର ଟୀକା ଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଉତ୍ତର ଭୁବନେଶ୍ୱର ଜୋନାଲ ଡେପୁଟି କମିଶନର ଶ୍ରୀ ପୁରନ୍ଦର ନନ୍ଦ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାହାଳର ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା, ଫାଉଣ୍ଡେସନ ସଭାପତି ଅକ୍ଷୟ କୁମାର ଲେଙ୍କା , ସମ୍ପାଦକ ଶରତ ବେହେରା, ଉପ ସଭାପତି ଦୁଃଶାସନ ପ୍ରଧାନ, ରାଜକିଶୋର ବେହେରା, ବିକି ସାହୁ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ , ଟୀକା କେନ୍ଦ୍ର ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପାହାଳ ରସଗୋଲା ଫାଉଣ୍ଡେସନ ତରଫରୁ ୧୦୦ ଜଣ ଓ ଟୀକା କେନ୍ଦ୍ରରେ ଆଜି ସମୁଦାୟ ୩୫୦ ରୁ ଉର୍ଦ୍ଧ ଲୋକ ପ୍ରଥମ ଡୋଜ ଟୀକା ନେଇଥିବା ଡେପୁଟି କମିଶନର ଶ୍ରୀ ନନ୍ଦ ଜଣାଇବା ସହିତ ଟୀକାକରଣ କେନ୍ଦ୍ରରେ ଓଡ଼ିଶା ମୋ ପରିବାର ତରଫରୁ ସହାୟତା କେନ୍ଦ୍ର ଖୋଲା ଯାଇ ଟୀକା ନେଉଥିବା ସମସ୍ତଙ୍କୁ ବିସ୍କୁଟ ,ଥଣ୍ଡା ପାଣି, ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଉ ଥିବାରୁ ଡେପୁଟି କମିଶନର ଶ୍ରୀ ନନ୍ଦ ଓଡ଼ିଶା ମୋ ପରିବାର ସଂଯୋଜକ ଡ଼ଃ ତ୍ରିପାଠୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 7 =