କାଶରୁ ଜଣାପଡିବ କରୋନା

0 133

ଭୁବନେଶ୍ୱର ୨୩ ।୦୭: କାଶରୁ କରୋନା ଜଣାପଡିବ ବୋଲି ଗବେଷଣା କରି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ସାଧାରଣ କାଶ ଓ କରୋନା କାଶ ମଧ୍ୟରେ ପାର୍ଥକ୍ୟ ରହିଛି । ବିଭିନ୍ନ କାଶର ଶବ୍ଦକୁ ରେକର୍ଡ କରାଯାଉଛି । ଏଥିପାଇଁ ଏକ ଆପ୍ସ ମଧ୍ୟ ବିକଶିତ ହୋଇଛି । ଆପ୍ସରେ ଲୋକମାନେ ନିଜର କାଶର ରେକର୍ଡିଂ ଛାଡିପାରିବେ । ଫଳରେ କରୋନା ହୋଇଛି କି ନା’ ତାହା ସ୍ପଷ୍ଟ ଭାବରେ ଜଣାପଡିବ । ଉଲ୍ଲେଖଯୋଗ୍ୟ ଯେ, ଏ ପର୍ଯ୍ୟନ୍ତ କରୋନାର ସଠିକ୍ ଲକ୍ଷଣ ଜଣାପଡୁନାହିଁ । ଗବେଷକମାନେ ବିଭିନ୍ନ ଲକ୍ଷଣ ସଂପର୍କରେ ଆଲୋକପାତ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ବିନା ଲକ୍ଷଣରେ ବି କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ନଜିର ରହିଛି ।

hiranchal ad1
Leave A Reply

Your email address will not be published.

2 × one =