ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ

0 143

ଗଜପତି ଜିଲ୍ଲା ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ମୀନାକ୍ଷୀ ସାହୁଙ୍କ ବିୟୋଗ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି। ସେ ଜଣେ ଏକାଧାରରେ ମିଷ୍ଟଭାଷୀ ମେଳାପୀ ଓ ଦକ୍ଷ ଲେଖିକା ଥିଲେ।ଆକାଂକ୍ଷା ମହିଳା ସଙ୍ଗଠନର ଦାୟିତ୍ୱ ନେଇ ମହିଳାମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ କରିଛନ୍ତି। ପ୍ରତ୍ୟେକ ସଭାସମୀତିରେ ତାଙ୍କର ଉପସ୍ଥିତିର ଗୁରୁତ୍ୱତା ରହିଛି। ତାଙ୍କର ମୃତ୍ୟୁ ରେ ସଙ୍ଗଠନର ସଂପାଦିକା ମିନା କୁମାରୀ ଟହଲ,କୋଷାଧ୍ୟକ୍ଷ ତନୁଜା ଭୁକ୍ତା, ସଙ୍ଗଠନର ଉପଦେଷ୍ଟା ଆଶା ଲତା ପାଣିଗ୍ରାହୀ, ଉପସଭାନେତ୍ରୀ ଅନିତା ମିଶ୍ର,ଭାଗ୍ୟଲକ୍ଷ୍ମୀ ନାୟକ,ସୁଜାତା ପାଢ଼ୀ,ଲକ୍ଷ୍ମୀ ସାହୁ,ସୁନିତା ବେହେରା, ସୁଷମା ସାହୁ,ସ୍ୱର୍ଣ୍ଣପ୍ରଭା ପାଢ଼ୀ ବିଜୟ ଲକ୍ଷ୍ମୀ ପଣ୍ଡା,k ରେଣୁକା, ସସ୍ମିତା ପାଢି , ସୁକାନ୍ତି ଦେବୀ,ସୁଚିତ୍ରା, ରାଜେଶ୍ୱରୀ ପଣ୍ଡା, ସତ୍ୟବତୀ ପାଢ଼ୀ ସ୍ୱପ୍ନାରାଣୀ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ।

hiranchal ad1
Leave A Reply

Your email address will not be published.

18 + four =