କ.ନୂଆଗାଁରେ ଏଟିଏମ୍‌ ସେବା ବ୍ୟାହତ, ଗ୍ରାହକ ହନ୍ତସନ୍ତ

0 118

ବାଲିଗୁଡ଼ା,୧୨/୪- ଟଙ୍କା ସବୁବେଳେ ସମସ୍ତଙ୍କୁ ଆବଶ୍ୟକ ହୋଇଥାଏ । ପାଠପଢ଼ା, ଚିକିତ୍ସା, ବ୍ୟବସାୟ ଅବା ଦୈନନ୍ଦିିନ ଘର ଚଳଣି ହେଉ କିନ୍ତୁ ଏଟିଏମ୍‌ରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ନରହିବା ସହ ଏଟିଏମ୍‌ ଅଧିକାଂଶ ସମୟରେ ବନ୍ଦ୍‌ ରହୁଥିବାରୁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁରୁ । ସୂଚନା ପ୍ରକାରେ କ.ନୂଆଗାଁ ବ୍ଲକରେ ଗୋଟିଏମାତ୍ର ଏସବିଆଇ ଏଟିଏମ୍‌ କାଉଁଟର ଅଛି । ଯାହାକି କ.ନୂଆଗାଁ ଏସବିଆଇ ଶାଖା ନିକଟରେ ଅବସ୍ଥିତ । ଦୈ÷ନନ୍ଦିନ ଶତାଧିକ ଅଞ୍ଚଳବାସୀ ଟଙ୍କା ଦେଣନେଣ ପାଇଁ ବ୍ୟାଙ୍କକୁ ଆସିଥାନ୍ତି । ହେଲେ ଅଧିକାଂଶ ସମୟରେ ଲିଙ୍କ୍‌ ନଥିବାରୁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡେ ଖାଉଟିଙ୍କୁ । ଅନ୍ୟପଟେ ଏଟିଏମ୍‌ ସେବା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏଠି । ନିଜ ମନ ମୁତାବକ କର୍ତ୍ତୃପକ୍ଷ ଏଟିଏମ୍‌ ଚଳାଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ୨୪ ଘଣ୍ଟିଆ ଏଟିଏମ୍‌ ସେବା ଯୋଗାଇବାକୁ ବ୍ୟବସ୍ଥା ଥିବାବେଳେ ସକାଳ ୧୦ଟା ରୁ ଅପରାହ୍ନ ୫ଟା ଯାଏଁ ଏଟିଏମ୍‌ ଚାଲୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଯାହାଫଳରେ ଜରୁରୀକାଳୀନ ପରିସ୍ଥିତିରେ ଟଙ୍କା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନଦେଇ ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀ ଉପକୃତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

15 − six =