ଅନ୍ଧ ବିଶ୍ୱାସୀ କୋହଲି !

0 75

ଦୁବାଇ : ସାଧାରଣ ଲୋକଙ୍କ ଭଳି ସେଲିବ୍ରିିଟିମାନଙ୍କର ମଧ୍ୟ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ମଧ୍ୟ ରହିଛି । କେବଳ ସିନେବା ଜଗତ ନୁହେଁ, କ୍ରୀଡ଼ା ଜଗତରେ ମଧ୍ୟ ଖେଳାଳିମାନଙ୍କର ଅନ୍ଧବିଶ୍ୱାସ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସମୟର ଶୀର୍ଷସ୍ଥାନୀୟ କ୍ରିକେଟର ବିରାଟ କୋହଲି ସେମାନଙ୍କ ମଧ୍ୟରୁ ଅନ୍ୟତମ । ଧଳା ଜୋତା ପିନ୍ଧି ବ୍ୟାଟିଂ କଲେ ତାହା ଅନୁକୂଳ ହୋଇଥାଏ ବୋଲି କୋହଲିଙ୍କର ଏକ ଅନ୍ଧବିଶ୍ୱାସ ରହିଛି । ଏହି କାରଣରୁ ସେ ଯେତେବେଳେ ବ୍ୟାଟିଂ କରିବାକୁ ଆସନ୍ତି, ସେତେବେଳେ ଧଳା ଜୋତା ହିଁ ପିନ୍ଧିଥାନ୍ତି । “ପେପ୍‌ ଗାଡର଼୍ି ଓଲା’ ସାକ୍ଷାତକାର ଦେବା ଅବସରରେ ସେ ଏଭଳି କୌତୁହଳପ୍ରଦ ସୂଚନା ଦେଇଥିଲେ । ଧଳା ଜୋତା ପିନ୍ଧି ଖେଳିବା ପାଇଁ ମୋତେ ଭଲ ଲାଗେ । ବିଶେଷ କରି ବ୍ୟାଟିଂ କରୁଥିବା ବେଳେ କେବେବି ଧଳା ଜୋତା ପିନ୍ଧିବାକୁ ଭୁଲି ନଥାଏ । ଏହାକୁ ମୋର ଏକ ଅନ୍ଧ ବିଶ୍ୱାସ ବୋଲି ଆପଣ କହିପାରନ୍ତି । କିନ୍ତୁ ମୁଁ ଯେତେବେଳେ ଖେଳିବାକୁ ଯାଏ, ମୁଁ ମୋ ବିଶ୍ୱାସ ଓ ରୂଚିକୁ ନେଇ ଖେଳିଥାଏ । କାହିଁକି କେଜାଣି ଧଳା ରଙ୍ଗ ପ୍ରତି ମୋର ଏକ ଅଦମ୍ୟ ଆକର୍ଷଣ ରହିଛି ବୋଲି ସେ କହିଛନ୍ତି । ଏଭଳି ରଙ୍ଗ ପରିବର୍ତ୍ତନର କାରଣ କ’ଣ ବୋଲି ପ୍ରଶ୍ନ ହେବାରୁ କୋହଲି କହିଥିଲେ ଯେ, ମାଞ୍ଚେଷ୍ଟର ସିଟିର ଅଧିନାୟକଙ୍କ ବିଚାରଧାରା ତାଙ୍କୁ ପ୍ରଭାବିତ କରିଛି । ମାଞ୍ଚେଷ୍ଟର ମୁଖ୍ୟ ଏକଥା ଥରେ କହିଥିଲେ ଯେ, ମୁଁ ଯେତେବେଳେ ଖେଳିବାକୁ ଯାଏ କେବଳ କଳା ରଙ୍ଗର ଜୋତାକୁ ପସନ୍ଦ କରିଥାଏ । ସବୁ ଜୋତାର ରଙ୍ଗ କଳା ଜୋତା ଦରକାର । ମୋର ପସନ୍ଦ ଅନୁସାରେ ମୋତେ ଜୋତା ମଧ୍ୟ ଯୋଗାଇ ଦିଆଯାଇଥାଏ । କିନ୍ତୁ ଆଜିକାଲି କଳା ବୁଟ୍‌ ଆଉ ସହଜରେ ମିଳୁନାହିଁ ବୋଲି ସେ କହିଥିଲେ । ମାଞ୍ଚେଷ୍ଟର ସିଟିର ମୁଖ୍ୟଙ୍କ ଏଭଳି ମନସ୍ତାତ୍ତ୍ୱିକ ବିଚାରଧାରା କୋହଲିଙ୍କୁ ପ୍ରଭାବିତ କରିôତବା କଥା ନିଜେ କୋହଲି ସ୍ୱୀକାର କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 1 =