କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

0 136

ଭୁବନେଶ୍ୱର : କୋଠାବାଡି ନିର୍ମାଣ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୨୦୨୦ ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାନକ ନିୟମ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବହୁତଳ ଅଟ୍ଟଳିକା ନିର୍ମାଣ ପାଇଁ ଥିବା ନିୟମକୁ ସରକାର କୋହଳ କରିଛନ୍ତି । ଏହି ୪ଟି ନୁହେଁ ୮ଟି ଗୃହ ଥିବା ଘରକୁ ଆପାର୍ଟମେଣ୍ଟ କୁହାଯିବ । ଏହାଛଡା ଉଚ୍ଚ ଅଟ୍ଟାଳିକା ନିର୍ମାଣ ବେଳେ ପ୍ଲଟସାଇଜ୍ ପ୍ରତିବଦ୍ଧକ ହେବ ନାହିଁ । ଅନ୍ୟପକ୍ଷରେ ପୁରୁଣା ଘରର ନବୀକରଣ ପାଇଁ ପୂର୍ବରୁ ଅନୁମତି ନେବାକୁ ପଡୁଥିଲା । ଏବେ ଆଉ ଅନୁମତି ନେବାକୁ ପଡିବ ନାହିଁ । ତେବେ ଓଡିଶା ଉନ୍ନୟନ ଯୋଜନା ଓ ନିର୍ମାଣ ମାପକ ନିୟମ ୨୦୨୦ ଅନୁଯାୟୀ, ପୁରୁଣା ଘର ନବୀକରଣ ପାଇଁ ଅନୁମତି ନ ନେଲେ ମଧ୍ୟ ନବୀକରଣ ବେଳେ ଅନୁମୋଦିତ ଆଧୁନିକ ନିର୍ମାଣ ପ୍ରଣାଳୀକୁ ମାନିବାକୁ ପଡିବ । ସେହିପରି ଆଉ ମଡେଲ ପ୍ଲାନ୍ ଅନୁମତି ପାଇଁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ଯଦି ଜଣଙ୍କ ପାଖରେ ମଡେଲ ପ୍ଲାନ୍ ରହିଛି, ଆବଶ୍ୟକ ଟଙ୍କା ଓ ଅଡରଟେକିଂ ଦେଇ ଗୃହ ନିର୍ମାଣ କରିପାରିବେ । ୧୫ ମିଟରରୁ ୧୮ ମିଟର ଉଚ୍ଚ ଘର ପାଇଁ ଡେଭଲପ ୫୦ ପ୍ରତିଶତ ସ୍ଥାନ ଛାଡିବେ । ୧୮ମିଟରରୁ ଅଧିକ ଉଚ୍ଚର ଘର କଲେ ୪୦ ପ୍ରତିଶତ ସ୍ଥାନ ଖାଲି ରଖିବାକୁ ବାଧ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଲେ ଏଣିକି ନୂଆ ନିୟମ ଦ୍ୱାରା ସରକାରୀ ଅଣସରକାରୀ ଭାଗିଦାରୀ ଭିତ୍ତିରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ତଥା ନିମ୍ନ ଆୟକାରୀ ବର୍ଗ ଓ ପରିବାରମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଗୃହ ନିର୍ମାଣ ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନ ଅଣସରକାରୀ ଅଂଶୀଦାରଙ୍କୁ ପ୍ରକଳ୍ପାଧୀନ ୪୦ ପ୍ରତିଶତ ଜାଗା ଉପରେ ସୁଲଭ ଗୃହ ନିର୍ମାଣ କରିବା ପାଇଁ ୬୦ ପ୍ରତିଶତ ସରକାରୀ ଜାଗା ମାଗଣାରେ ମିଳିବ । ଏହା ପୂର୍ବରୁଏହାର ଅନୁପାତ ୬୫:୩୫ ଥିଲା । ବର୍ତ୍ତମାନ ଏହାକୁ ବୃଦ୍ଧି କରାଯାଇ ୪୦:୬୦ କରାଯାଇଛି । ଯାହା ସମଗ୍ର ଭାରତବର୍ଷରେ ପ୍ରଥମ ଓ ସର୍ବାଧିକ । ରାଜ୍ୟରେ ଗୃହ ନିର୍ମାଣ ପାଇଁ ଜମିବାଡିର ଅଭାବକୁ ଦୃଷ୍ଟିରେ ରଖି ଏହି ନିୟମ ପରିବର୍ତ୍ତନ ହୋଇଛି । ଓଡିଶାରେ ରିୟଲ ଇଷ୍ଟେଟ୍ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହିତ ଜିଡିପି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଶ୍ରୀ ଜେନା ପୁଣି କହିଲେ ନୂଆ ନିୟମରେ ଅଗ୍ନି ନିର୍ବାପକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏହାସହ ସହରାଞ୍ଚଳର ଗରିବ ଓ ବାସହୀନମାନେ ଏହି ବ୍ୟବସ୍ଥା ଦ୍ୱାରା ବେଶ୍ ଉପକୃତ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

9 − six =