ଅବକାରୀ ବିଭାଗର ଚଢ଼ାଉ ଧର୍ମକୁ ଆଖି ଠାର : ଦାରିଙ୍ଗବାଡ଼ିରେ ଓଡି-୧୨ କାରବାର ବୃଦ୍ଧି

0 421

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ ଧର୍ମକୁ ଆଖିଠାରସଦୃଶ୍ୟ ହୋଇଛି କ୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର (କୋଡ ୱାର୍ଡ -ଓଡି-୧୨ -ଓନଲି ଦେଶୀ ବାର) ବହୁ ମାତ୍ରାରେ ବୃଦ୍ଧି ପାଇଛି । ଯାହା ଫଳରେ ବର୍ତ୍ତମାନ ଲୋକଙ୍କ ପାଖରେ କାମ ଧନ୍ଦା ମିଳୁନଥିବା ବେଳେ ଅନେକ ମାତ୍ରାରେ ଲୋକେ ଏମିତିକି ମହିଳା ମାନେ ମଧ୍ୟ ଦେଶୀ ମଦ ପିଇ ରାସ୍ତା ଘାଟରେ ଗଡୁଥିବା ସମୟର ଫଟୋ ଭିଡିଓ ଭାଇରାଲ ହେଉଛି । ଯାହା ଦାରିଙ୍ଗବାଡ଼ି ସମେତ ସମଗ୍ର ଜିଲ୍ଲା ପାଇଁ ଚିନ୍ତାର କାରଣ ହୋଇଛି । ଦାରିଙ୍ଗବାଡ଼ି ,ସିମନବାଡ଼ିର ଅଲାରୀ ଛକ, ଦଡ଼ିବାଡ଼ି, ଜୁଡ଼ାବାଡି ବ୍ୟାଙ୍କ ରୋଡ ଓ ଶ୍ରାନିକେତା ପଂଚାୟତର ବିଭନ୍ନ ଗ୍ରାମରେ ଏହି ଚୋରା ଦେଶୀ ମଦ ବ୍ୟବସାୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦାରିଙ୍ଗବାଡ଼ି ର କିଛି ଅଞ୍ଚଳରେ ଏହି ଚୋରା ଦେଶୀ ମଦ କାରବାର ଏମିତି ଖୁଲମଖୁଲ୍ଲା ଭାବରେ ହେଉଛି ଯେ, ସରକାରଙ୍କ ଠାରୁ ଲାଇସେନ୍ସ ପାଇଥିବା ଦୋକାନରେ ମଧ୍ୟ ସେତିକି ବ୍ୟବସାୟ ହେଉନଥିବ । କିନ୍ତୁ ଅବକାରୀ ବିଭାଗର ଅଧିକାରୀମାନଙ୍କ ପାଦ ଥାନା ଅଞ୍ଚଳରେ ପଡ଼ୁ ନଥିବା ବେଳେ ନିଜର କୋଟା ପୂରଣ କରିବା ପାଇଁ ବର୍ଷକୁ ଥରେ ଦୁଇ ଥର ଅଞ୍ଚଳକୁ ଆସି କିଛି ଛୋଟ ମୋଟ ବ୍ୟବସାୟୀଙ୍କୁ ଧରି ହାତ ଗଣତି ମାମଲା ରୁଜୁ କରିଥାନ୍ତି । ଅନ୍ୟପକ୍ଷରେ ପ୍ରତି ଦୁଇ ମାସକୁ ଥରେ ଅବକାରୀ ବିଭାଗର ଜଣେ କର୍ମଚାରୀ ଅଞ୍ଚଳକୁ ବଟି ଆଦାୟ କରିବାକୁ ଆସୁଥିବା ଜଣାପଡ଼ିଛି । ଏହିଭଳି ଭାବେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧି ହେଉଥିବା ଯୋଗୁଁ ଦିନ ମଜୁରୀଆଙ୍କ ସମେତ ଯୁବକ ତଥା ଛୋଟ ଛୋଟ ପିଲା ମାନଙ୍କ ଉପରେ ଏହାର କୁ-ପ୍ରଭାବ ପଡୁଛି । ତେଣୁ ଯଥାଶୀଘ୍ର ଦାରିଙ୍ଗବାଡ଼ି ଅଞ୍ଚଳରେ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ ଅଧିକାରୀ ମାନେ ଏଥିପ୍ରତି ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଅଞ୍ଚଳବାସୀଙ୍କ ସମେତ ନାରୀ ମହାସଂଘ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 − 1 =