ମହୁଲଫୁଲର ଅଭାବୀ ବିକ୍ରୀ : ପରିଶ୍ରମ ଅଧିକ,ପ୍ରାପ୍ୟ କମ୍‌

0 96

ହରଭଙ୍ଗା : ମହୁଲ ହେଉଛି ବୌଦ୍ଧଜିଲ୍ଲାର ଅନ୍ୟତମ ପରିଚୟ, ଜିଲ୍ଲାର ଆଦିବାସୀଙ୍କ ପାଇଁଁ ବର୍ଷର ଦୁଇମାସ ରୋଜଗାରର ମାଧ୍ୟମ ହୋଇଥାଏ ।ତେବେ ଚଳିତବର୍ଷ ମହୁଲଫୁଲର ଅଭାବିବିକ୍ରୀ ଆଦିବାସୀଙ୍କ ପାଇଁଁ ଏକ ସମସ୍ୟା ସୃଷ୍ଟି କରିଛି । ମାର୍ଚ୍ଚ଼ ଓ ଏପ୍ରିଲ୍ ମାସରେ ହଜାର୍ ହଜାର୍ ସଂଖ୍ୟାରେ ଆଦିବାସୀ ମହିଳା ପ୍ରତିଦିନ ସକାଳୁ ହାତରେ ଏକ ଗାଣ୍ଡୁଆ ଧରିମହୁଲ ଫୁଲ ସଂଗ୍ରହ କରିବା ପାଇଁ ବାହାରି ପଡିଥାନ୍ତି । ବିଶେଷକରି ହରଭଙ୍ଗା ବ୍ଲକଟି ଜଙ୍ଗଲ ବଣ ପାହାଡ ଘେରାରେ ଅବସ୍ଥିତ । ବିଶେଷକରି ହରଭଙ୍ଗା, କୁଶଙ୍ଗ, ତଳଗାଁ, ମହାଲିକପଡା, ସଂକୁଲେଇ, ଛତ୍ରଙ୍ଗ, ବାଣିଭୁଷଣପୁର, କରଂଜକଟା, ମାଧପୁର, ଆଡେଣିଗଡ, ଧଳପୁର, ରାମଗଡ, ପୁରୁଣାକଟକ ଆଦି ପଞ୍ଚ଼ାୟତ ଗୁଡିକରେ ବହୁ ସଂଖ୍ୟାରେ ମହୁଲଗଛ ଅଛି । ସେହିପରୀ କୁଶଙ୍ଗ ବନ୍ୟପ୍ରାଣୀ ଅଂଚଳରେ ବହୁ ଆଦିବାସୀ ବହୁଳ ଗ୍ରାମ ରହିଛି । ଜଣେ ମହିଳା ବା ପୁରୁଷ ଦୈନିକ ୫ କିଲୋରୁ ୭ କିଲୋ ମହୁଲଫୁଲ ସଂଗ୍ରହ କରିଥାଏ, ତେବେ ଏଗୁଡିକ ଶୁଖିଲା ପରେ ଓଜନ ଅଧା ହୋଇଥାଏ । ଫଳତଃ ଏଥିରୁ ବହୁତ କମ୍ ପଇସା ମିଳିଥାଏ । ମହୁଲଫୁଲରୁ ଆଦାବାସୀମାନେ ପିଠା ପ୍ରସ୍ତୁତି କରିବା ସହ ଗୋଖାଦ୍ୟରେ ବି ବ୍ୟବହାର କରିଥାନ୍ତି । ବଳକା ମହୁଲକୁ ବଜାର୍‌ରେ ବିକ୍ରିକରି ନିଜର ପରିବାର ଚଳିବା ପାଇଁ ଅର୍ଥ ସଂଗ୍ରହ କରିଥାନ୍ତି । ଯାହାଫଳରେ ତାଙ୍କର ଆର୍ଥିକ ବୋଝକୁ କିଛିମାତ୍ରାରେ ସାହାଯ୍ୟ କରିଥାଏ । ତେବେ ଚଳିତବର୍ଷ ଏହାର ଦାମ୍ କିଲୋପ୍ରତି ୨୦ ରୁ ୨୫ ଟଙ୍କା ମଧ୍ୟ୍ୟରେ ରହିଛି । ମହୁଲ ସଂଗ୍ରହ କରି କିଛି ରୋଜଗାର କରିବା ପାଇଁ ଇଚ୍ଛା ପ୍ରକାଶ ଥିଲେ ମଧ୍ୟ ଚଳିତବର୍ଷ କରୋନା କଟକଣା କାରଣରୁ ମହୁଲଫୁଲ ବିକ୍ରୀ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ମହୁଲଫୁଲ ବିକ୍ରି କରିବାପାଇଁ କୌଣସି ବଜାର୍ ବ୍ୟବସ୍ଥା ନଥିବାରୁ ସଂଗ୍ରହକାରୀମାନେ ସ୍ଥାନୀୟ ସାହୁକାରଙ୍କ ଉପରେ ସଂପୁର୍ଣ୍ଣ ରୂପେ ନିର୍ଭରଶୀଳ ହୋଇଥାନ୍ତି । ଏପଟେ ଶାଗମାଛ ଦରରେ ମହୁଲଫୁଲକୁ ଆଦିବାସୀଙ୍କ ଠାରୁ ସଂଗ୍ରହ କରୁଥିବା ଜଣାପଡିଛି । ପୂର୍ବରୁ ଆଦିବାସୀ ଉନ୍ନୟନ ନିଗମ ଆଦିବାସୀଙ୍କଠୁ ମହୁଲକୁ କିଣୁଥିଲେ । କିନ୍ତୁ ବର୍ତ୍ତମାନ ଉକ୍ତ ସଂସ୍ଥାର କୌଣସି ଅସ୍ଥିତ୍ୱ ନାହିଁ । ଫଳରେ କୁଜି ବେପାରୀଙ୍କ ଠାରେ ଶିକାର୍ ହେଉଛନ୍ତି ମହୁଲ ଗୋଟାଳିମାନେ । ସଂଗ୍ରହ କାରୀ କାଂଚନ ଦନାୟକ, ବାସନ୍ତୀ ଦନାୟକଙ୍କ କହିବା ଅନୁସାରେ ଦିନ ସାରା ଆମେ ମହୁଲ ସଂଗ୍ରହ କରିଥାଉ ହେଲେ ୪ରୁ ୫କିଲୋ ମହୁଲ ମିଳିଥାଏ । ସେହିଭଳି କୁମ କଲତାଙ୍କ କହିବାନୁଯାଇ ଯେ ଦିନସାରା ପରିଶ୍ରମ କରିବାକୁ ପଡିଥାଏ କିନ୍ତୁ ମହୁଲର ଉପଯୁକ୍ତ ମୁଲ୍ୟ ନମିଳିବାରୁ ବାଧ୍ୟ ହୋଇ ବେପାରୀ ହାତରେ ଦେଇଥାଉ । କିନ୍ତୁ ଜିଲ୍ଲାର ପ୍ରାୟ ଶତକଡା ୩୦ ଭାଗ ମହିଳା ମହୁଲ ସଂଗ୍ରହ କରିଥାନ୍ତି ବିଶେଶକରି ଆଦିବାସୀ ମହିଳାମାନେ ନିୟୋଜିତ ହୋଇଥାନ୍ତି । ତେଣୁ ସରକାର ମହୁଲର ଉପଯୁକ୍ତ ଦର ନିରୂପଣ କରନ୍ତି ଆମେ ଭଲ ଦୁଇପଇସା ପାଇପାରନ୍ତୁ ବୋଲି ମହୁଲ ସଂଗ୍ରହକାରି ବାସନ୍ତି କହଁର କହିଛନ୍ତି । ତେଣୁ ସରକାର ଏହାର ବିକ୍ରୟ ପାଇଁ ସଂଗଠିତ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 + fourteen =