ଭଦ୍ରକ : ବହୁଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଗୋବିନ୍ଦ ସାହୁ ଗିରଫ ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯଥାଶିଘ୍ର ପଦବୀରୁ ବହିସ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ସାରା ଓଡ଼ିଶାରେ ଆନ୍ଦୋଳନ ଓ ବନ୍ଦ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭଦ୍ରକର ବିଜେପି ତରଫରୁ ୬ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଭଦ୍ରକର ଦୋକାନ ବଜାର, ଗାଡି ଚଳାଚଳ ଓ ସ୍ୱାଭାବିକ ଜୀବନଯାତ୍ରା ସଂପୂର୍ଣ୍ଣ ଠପ୍ ହୋଇଥିବାର ପରିଲକ୍ଷିତ ହୋଇଛି । ଏଥିରେ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ସହିତ ଡ.ପ୍ରଦୀପ ନାୟକ ଅଭିମନ୍ୟୁ ସେଠି, ନିରୁପମା ସାହୁ, ଶରତ ପରିହାଢୀ, ଚୈତାଳି ଖିଲାର, ଅମରେଶ ନାୟକ ପ୍ରମୁଖଙ୍କ ନେତୃତ୍ଵରେ ଏହି ବନ୍ଦରେ ଅନେକ ବିଜେପି କର୍ମୀ ଯୋଗ ଦେଇଛନ୍ତି । ବାଲେଶ୍ଵରରେ ଏହି ବନ୍ଦ ୧୨ ଘଣ୍ଟିଆ ପାଳିତ ହେଉଥିବା ବେଳେ ଭଦ୍ରକରେ ସକାଳ ୬ଟାରୁ ମିଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବନ୍ଦ ପାଳିତ ହୋଇଛି ।