କରୋନା ଲଢ଼େଇରେ ଅଗ୍ରଣୀ ଯୋଦ୍ଧା : ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା

0 107

କରୋନା ଭୂତାଣୁ କବଳରୁ ରକ୍ଷା ପାଇବାର ଅନ୍ୟତମ ପ୍ରଭାବୀ ଉପାୟ ହେଉଛି ମୁହଁରେ ମାସ୍କ ପିନ୍ଧିବା । ସେଥିପାଇଁ ଘରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ଏଭଳି ସ୍ଥିତିରେ ଦେଶରେ ମାସ୍କ ଚାହିଦା ମେଂଟାଇବା ଉଦ୍ଦେଶ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ମହିଳାମାନେ ମାସ୍କ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।
ସାରା ଦେଶରେ ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ବର୍ତମାନସୁଦ୍ଧା ୧ କୋଟିରୁ ଅଧିକ ମାସ୍କ ତିଆରି କରାଯାଇସାରିଲାଣି । ଭାରତ ସରକାରଙ୍କ ସହରାଂଚଳ ବ୍ୟାପାର ଓ ଆବାସ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନୟୁଏଲଏମ) ଯୋଜନା ଅଧୀନରେ ଏସଏଚଜି ମହିଳାମାନେ ମାସ୍କ ତିଆରି କରିବାରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି । ଏମାନଙ୍କୁ ମିଶନ ପକ୍ଷରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଛି । ଏହି ମହିଳାମାନେ ଦେଶର କରୋନା ବିରୋଧୀ ଲଢ଼େଇରେ ଜଣେ ଜଣେ ଅଗ୍ରଣୀ ଯୋଦ୍ଧା ପାଲଟିଛନ୍ତି ।

hiring

ଏହିକ୍ରମରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଏଚଜି ମହିଳାମାନଙ୍କୁ ନେଇ ମୋଟ ୪ ଲକ୍ଷ ମାସ୍କ ତିଆରି କରିବାକୁ ଲକ୍ଷ୍ୟ ରଖାଯାଇଛି । ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏସଏଚଜି ମହିଳାମାନେ ମାସ୍କ ସିଲେଇ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୫ରୁ ୨୦ ଦିନ ମଧ୍ୟରେ ୧ ଲକ୍ଷ ମାସ୍କ ତିଆରି କରାଯିବ । ବିଭିନ୍ନ ଏସଏଚଜି ଗ୍ରୁପର ପାଖାପାଖି ୫୦ ଜଣ ସଦସ୍ୟା ଦୈନିକ ହାରାହାରି ୨୫୦୦ ମାସ୍କ ତିଆରି କରୁଛନ୍ତି । ଏହାଦ୍ୱାରା ଜିଲ୍ଲାରେ ମାସ୍କ ଚାହିଦାକୁ ପୂରଣ କରାଯିବା ସମ୍ଭବପର ହେବା ସହିତ ଲକଡାଉନ ସମୟରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ରୋଜଗାରର ପନ୍ଥା ମିଳିଯାଇଛି । ଏଭଳି ସୁଯୋଗ ପ୍ରଦାନ କରାଯାଇଥିବା କାରଣରୁ ଏସଏଚଜି ସଦସ୍ୟା ଜେ. ବାଲାମଣି ଆଚାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ଦୁଇଟି ଲେଖାଏଁ ମାସ୍କ ଯୋଗାଇ ଦିଆଯିବ । ଏହି ଉଦ୍ଦେଶ୍ୟରେ ମାସ୍କ ତିଆରି ଚାଲିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =