ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧କୋଟି ଟଙ୍କା ପ୍ରଦାନ କଲା ଏମ୍‌ଜିଏମ୍‌, ପଙ୍କଜ ମହାନ୍ତିଙ୍କଠାରୁ ଚେକ୍ ଗ୍ରହଣ କଲେ ମୁଖ୍ୟ ଶାସନ ସଚିବ

0 165

ଭୁବନେଶ୍ୱର: ରାଜ୍ୟରେ କୋଭିଡ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏମ୍‌ଜିଏମ୍ ମେନେରାଲ୍‌ସ ଲିଃ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପଙ୍କଜଲୋଚନ ମହାନ୍ତିଙ୍କଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି ।
ଚେକ୍ ପ୍ରଦାନ ସମୟରେ ଶ୍ରୀ ମହାନ୍ତି କହିଥିଲେ ଯେ, ରାଜ୍ୟ ସରକାରଙ୍କ ସମୟୋପଯୋଗୀ ଓ ସକ୍ରିୟ କୋଭିଡ ପରିଚାଳନା ଯୋଗୁଁ ଓଡିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜନସାଧାରଣଙ୍କ ସହଯୋଗରେ ଏହା ପୂର୍ଣ୍ଣ ସଫଳ ହେବ ।
ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କଂପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ ।

hiranchal ad1
Leave A Reply

Your email address will not be published.

9 + sixteen =