ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଶକ୍ତିଶାଳୀ କରାଯିବ

0 94

ଭୁବନେଶ୍ୱର : ମହାମାରୀ କୋରନା ପାଇଁ ସାରା ରାଜ୍ୟରେ ଜୀବନଜୀବିକା ପ୍ରଭାବିତ ହୋଇଛି । ଏଣୁ ଜୀବିକା ବଞ୍ଚାଇ ରଖିବା ପାଇଁ ଏମ୍‌ଏସ୍‌ଏମ୍‌ଇ ସେକ୍ଟରକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି କହିଛନ୍ତି ଶିଳ୍ପପତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ସେ କହିଛନ୍ତି ଯେ, ଜୀବନକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇ କୋଭିଡ ମୁକାବିଲା କରାଯାଉଛି । ଜୀବିକା ପାଇଁ ଏମ୍‌ଏସ୍‌ଏମ୍‌ଇ ହେଉଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ଏମ୍‌ଏମ୍‌ଏମଇ ସେକ୍ଟରକୁ ଅଧିକ ଶକ୍ତିଶାଳୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଗ୍ରାମାଞ୍ଚଳର ଅର୍ଥନୀତି ଅଧିକ ତ୍ୱରାନ୍ୱିତ କରାଯିବାକୁ ପ୍ରଚେଷ୍ଟା ଚାଲିଛି । ମନରେଗା ଓ କୃଷି କ୍ଷେତ୍ର ଭଳି ପରଂପରାଗତ ବୃତ୍ତିକୁ ପ୍ରତ୍ସାହନ ପାଇଁ ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି । ସେ କହିଛନ୍ତି କରୋନା ଲକଡାଉନ ପରେ ପ୍ରବାସରୁ ଫେରିଥିବା ଯେଉଁମାନ ହାଇସ୍କିଲ ସେମାନେ ପୁଣି ଫେରିଯାଉଛନ୍ତି । ତେଣୁ ସେମାନଙ୍କ ପାଇଁ ନିଯୁକ୍ତି ପ୍ରୟାସ ରାଜ୍ୟ ସରକାର ଆରମ୍ଭ କରିଛନ୍ତି । ଯାହା ଫଳରେ ହାଇସ୍କିଲ୍ ପ୍ରବାସୀମାନେ ଆଉ ପର ରାଜ୍ୟକୁ ଫେରିବା ପାଇଁ ଚେଷ୍ଟା କରିବେ ନାହିଁ ।

hiranchal ad1
Leave A Reply

Your email address will not be published.

14 + 18 =