ମୁଣ୍ଡିପଦର ଗ୍ରାମପଞ୍ଚାୟତ : ସାମାଜିକ ଦୂରତାକୁ କରୁଛି ବାରମ୍ବାର ବେଖାତିର

0 930

ବୌଦ୍ଧ:ବୌଦ୍ଧବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସାମାଜିକ ଦୂରତା ନିୟମକୁ ବାରମ୍ବାର ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ସରପଞ୍ଚ ଜେଲରେ ଥାଇ ନିଲମ୍ବିତ ହୋଇଥିବାବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ଉପସ୍ଥିତ ରହୁନଥିବାରୁ ଏଭଳି ଘଟୁଥିବା ଅଭିଯୋଗ ହୁଏ । ବର୍ତ୍ତମାନ ମୁଣ୍ଡିପଦର ପଞ୍ଚାୟତରେ ଯୋଗାଣ ସହାୟକ ହିଁ ସର୍ବେସର୍ବା ହୋଇଥିବା ଓ ପଞ୍ଚାୟତ ଚଳାଉଥିବା ଦେଖିବାକୁ ମିଳେ ।

hiring


ଦୁଇସପ୍ତାହ ତଳେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କୁ ଭିଡକରାଇ ଯୋଗାଣ ସହାୟକ ଚାଉଳ ବଣ୍ଟନ କରୁଥିଲେ । ବୌଦ୍ଧ ବିଡିଓଙ୍କ ତାଗିଦ ପରେ ଗାଁକୁ ଗାଁ ନେଇ ଚାଉଳ ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଜଣପିଛା ୫କେଜି ଲେଖାଏଁ ୩ମାସର ଚାଉଳ ମାଗଣାରେ ଦେବାକୁ ସରକାର ନିର୍ଦ୍ଦେଶ ଦେବାପରେ ରାଜ୍ୟ ଓ ଜାତୀୟ ଖାଦ୍ୟ ନିରାପତ୍ତା କାର୍ଡଧାରୀମାନଙ୍କୁ ଚାଉଳ ପୁନଃବଣ୍ଟନ କରାଯାଉଛି । ଏହାକୁ ନେଇ ଗାଁ ଗାଁରେ ବଣ୍ଟନ କରାଯିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ଯୋଗାଣ ନିରୀକ୍ଷକ ତାହାନକରି ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ବଣ୍ଟନ କରୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ଦିଗରେ ପଞ୍ଚାୟତ କର୍ତ୍ତୃପକ୍ଷ ଟିକିଏ ମଧ୍ୟ ଧ୍ୟାନ ଦେଉନଥିବା ପରିତାପର ବିଷୟ । ପଞ୍ଚାୟତ ନିର୍ବାହୀ ଅଧିକାରୀ ନିୟମିତ ପଞ୍ଚାୟତକୁ ଆସୁନଥିବାରୁ ଓ କଣ୍ଟାମାଳ ବ୍ଲକର ନିଜଗ୍ରାମରେ ରହି ମୋବାଇଲ ଫୋନ ଯୋଗେ ପଞ୍ଚାୟତ ପରିଚାଳନା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହୋଇଆସୁଅଛି । ଫୋନ ଯୋଗେ ତାଙ୍କର ଦୃଷ୍ଟି ଆକର୍ଷଣ କଲେ ମୁଣ୍ଡିପଦର ପଞ୍ଚାୟତରେ ସେ କାମ କରିବାକୁ ଚାହୁଁନାହାନ୍ତି ଓ କିଏ ଯଦି ପାରିବ ତେବେ ତାଙ୍କୁ ସେଠାରୁ ବଦଳି କରିଦେଲେ ସେ ଖୁସି ହେବେ କହି ଫୋନ କାଟିଦେଉଥିବା ଦେଖିବାକୁ ମିଳିଛି । ମୁଣ୍ଡିପଦର ଗ୍ରାମପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନସାଧାରଣ ପ୍ରଶାସନକୁ ଜଣାଇଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ନିରବ ରହିବା ଜନସାଧାରଣଙ୍କୁ ବିସ୍ମିତ କରୁଛି ।

hiranchal ad1
Leave A Reply

Your email address will not be published.

eighteen − 13 =