ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ପାଇଁ ଅଭ୍ୟାସ

0 81

ନବରଙ୍ଗପୁର,୧୯/୬- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପ୍ରତିବର୍ଷ ଜୁନ ୧୯ ତାରିଖରେ ପ୍ରାକୃତିକ ବିପର୍ଯ୍ୟୟ ଓ ତାହାର ମୁକାବିଲା ପରିଚାଳନା ବିଷୟରେ ଏକ ମକ ଅଭ୍ୟାସ କରାଯାଇଥାଏ । ନବରଙ୍ଗପୁର ଜିଲ୍ଲାରେ ଥିବା ଦଶଗୋଟି ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ତାର ସଫଳ ମୁକାବିଲା କିପରି କରାଯାଇପାରିବ, ଆଶ୍ରୟସ୍ଥଳୀ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ସଦରମହକୁମା ଠାରେ ଥିବା ବହୁମୁଖୀ ଆଶ୍ରୟସ୍ଥଳୀରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟର ଜୀବନକୁ କିପରି ସୁରକ୍ଷିତ ରଖିପାରିବେ, ତାର କୌଶଳ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ବୁଝାଇଥିଲେ । ଅନ୍ୟପକ୍ଷରେ କୋରାପୁଟରୁ ଆସିଥିବା ଓଡ୍ରାଫ୍‌ ଟିମ୍‌ ନିଜ ସହିତ ଆଣିଥିବା ବିଭିନ୍ନ ସରଞ୍ଜାମକୁ ପ୍ରଦର୍ଶନ କରିବା ସହିତ ତାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ବିପର୍ଯ୍ୟୟ ସମୟରେ କେତେବେଳେ କେଉଁ କୌଶଳ ଅବଲମ୍ବନ କରିବେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ତହସିଲଦାର ରବିନ୍ଦ୍ର ରାଉତ, ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ବରିଷ୍ଠ ରାଜସ୍ୱ ସହାୟକ ତ୍ରିପତି ବାଲାଜୀ ସାହୁ, ନବରଙ୍ଗପୁର ପୌରାଧ୍ୟକ୍ଷ କୁନୁ ନାୟକ, ପୌରାଧ୍ୟକ୍ଷା ସୌମ୍ୟା ମହାପାତ୍ରଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର, ଶିକ୍ଷକ ଶିକ୍ଷୟିତ୍ରୀ, ନର୍ସ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ନବରଙ୍ଗପୁର ପୌର ପରିଷଦର ସମସ୍ତ କର୍ମଚାରୀ, ଅଗ୍ନିଶମ ବିଭାଗର କର୍ମଚାରୀ, ଆମ୍ବୁଲାନ୍ସ କର୍ମଚାରୀ, ଓଡ୍ରାଫ୍‌ ବାହିନୀର ଇନ୍ସପେକ୍ଟର ନିରଞ୍ଜନ ନନ୍ଦ ,ହାବିଲଦାର ଗଣେଶ ସୋରେନ, ଜିତେନ କୁମାର ସାହୁ, ସୀତାରାମ ସେଠି, ତପନ ସ୍ୱାଇଁ, ମଙ୍ଗରାଜ ମାଳିଙ୍କ ବ୍ୟତୀତ ଅନ୍ୟ ୨୦ଜଣ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =