ଉତ୍କଳ-ଇ କୋଇଲା ବ୍ଲକ୍ ପାଇଁ ନାଲକୋ ପାଇଲା ଖଣି ଲିଜ୍

0 56

ଭୁବନେଶ୍ୱର,16.04.2021 : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନ ଓ ରପ୍ତାନିକାରୀ ନବରତ୍ନ ଉଦ୍ୟୋଗ ନାଲକୋକୁ ଓଡିଶା ସରକାର ଉତ୍କଳ-ଇ କୋଇଲା ଖଣି ପାଇଁ ଖଣି ଲିଜ୍ ମଞ୍ଜୁର କରିଛନ୍ତି । ଏହି ସଂକ୍ରାନ୍ତରେ ଇସ୍ପାତ ଏବଂ ଖଣି ମନ୍ତ୍ରାଳୟ ଦ୍ୱାରା ଏପ୍ରିଲ 12 ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସାରେ ଉତ୍କଳ-ଇ କୋଇଲା ଖଣି ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ତହସିଲ ଅନ୍ତର୍ଗତ ନନ୍ଦିଛୋଡ଼, ଗୋପୀନାଥପୁର ଜଙ୍ଗଲ, କୁଣ୍ଡାଝରି ଜଙ୍ଗଲ, କୋଶଳ ଏବଂ କୋରଡା ଗ୍ରାମର 523.73 ହେକ୍ଟର ଜମି ଉପରେ ଅବସ୍ଥିତ। 70 ମିଲିୟନ୍ ଟନ ସଂରକ୍ଷିତ ଥିବା ଏହି ଖଣିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ବାର୍ଷିକ 2 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରାଯାଇ ପାରିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ନାଲକୋର ଅନ୍ୟତମ କୋଇଲା ଖଣି ଉତ୍କଳ-ଡି କୋଇଲା ବ୍ଲକ ପାଇଁ
ଲିଜ୍ କାର୍ଯ୍ୟକାରୀ କରାଯାଇଅଛି। ଉତ୍କଳ-ଡି ଏବଂ ଉତ୍କଳ-ଇ କୋଇଲା ବ୍ଲକର ସର୍ବମୋଟ କ୍ଷମତା 175 ମିଲିୟନ
ଟନ ଅଟେ, ଯାହା ଅନୁଗୁଳସ୍ଥିତ ଏହାର ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ପାଇଁ ଆବଶ୍ୟକୀୟ କୋଇଲା ଯୋଗାଇବାରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ନାଲକୋ ତରଫରୁ କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ, ଖଣି ଲିଜ୍ ମଞ୍ଜୁର କରିଥିବାରୁ, ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ବର୍ଷରେ ଉତ୍କଳ-ଡି କୋଇଲା ବ୍ଲକରୁ ଖଣି କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରାଯାଇଛି ବୋଲି ସେ ମଧ୍ୟ ମତ ପ୍ରକାଶ କରିଛନ୍ତି । ଏଥିସହ, ଉତ୍କଳ-ଇ କୋଇଲା ବ୍ଲକର ଖଣି ଲିଜ୍ ପାଇବା ପରେ, କମ୍ପାନୀର ଯୋଜନାବଦ୍ଧ ସମ୍ପ୍ରସାରଣ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ ହେବା ସହ ନାଲକୋର ଲାଭ ବୃଦ୍ଧି ହେବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ଉଲ୍ଲେଖ ଯୋଗ୍ୟ ଯେ ଏହି କୋଇଲା ବ୍ଲକ ଦୁଇଟି କାର୍ଯ୍ୟକାରୀ ହେଲେ ନାଲକୋ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ଆନୁମାନିକ 4 ମିଲିୟନ ଟନ୍ କୋଇଲା ଉତ୍ପାଦନ କରିବାରେ ସକ୍ଷମ ହେବ । ଉତ୍କଳ-ଡି ଏବଂ ଉତ୍କଳ-ଇ କୋଇଲା ବ୍ଲକର ଏହି ଖଣି ଲିଜ୍ନା ଲକୋକୁ ଆସନ୍ତା 30 ବର୍ଷ ପାଇଁ ପ୍ରଦାନ କରାଯାଇଛି |

hiranchal ad1
Leave A Reply

Your email address will not be published.

fourteen + eleven =