ଭୁଲ ଇଞ୍ଜେକସନରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ; କ୍ଷତିପୂରଣ ଦାବିରେ ରାସ୍ତାରୋକ

0 63

ବାଲିଗୁଡ଼ା ୦୫।୧୧ : ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଆଜି ପୁଣି ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ୫୯ନଂ ଜାତୀୟ ରାଜପଥ ଅବରୋଧ । ଗତକାଲି ସଲାଗୁଡା ତେଲେପଙ୍ଗା ଗ୍ରାମର ରବିଚନ୍ଦ୍ର ଦିଗାଲଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ରବିଚନ୍ଦ୍ରଙ୍କର ଗୋଡ଼ ବ୍ୟଥା ସହ ଜ୍ବର ହେଉଥିଲା । ସମ୍ପର୍କୀୟ ଲୋକେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ରବିଚନ୍ଦ୍ରଙ୍କୁ । କିଛି ସମୟ ପରେ ରବିଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ପରିବାର ଓ ସ୍ଥାନୀୟ ଲୋକମାନେ ଉତ୍ତେଜନା ସୃଷ୍ଟି କରିଥିଲେ ଡାକ୍ତରଖାନା ପରିସରରେ । କିନ୍ତୁ ଆଜି ପୁଣି ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one + two =