ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ଅନିଶ୍ଚିତତା ଜାରି

0 85

ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ତଥା ଆଇସିଏସ୍‌ସି ଓ ସିବିଏସ୍‌ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସର୍ବଭାରତୀୟସ୍ତରରେ ପ୍ରକାଶ ପାଇଯାଇଥିବା ବେଳେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ ଅନିଶ୍ଚିତତା ଦେଖାଦେଇଛି । କରୋନା ମହାମାରୀ କାରଣରୁ ଏଭଳି ଅନିଶ୍ଚିତତା ଦେଖାଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଆଜି କହିଛନ୍ତି ଯେ, ଯୁକ୍ତ ଦୁଇ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସେ ନେଇ ଏବେଠାରୁ କିଛି କହିହେବ ନାହିଁ । ଗତକାଲି ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଏ ସଂପର୍କରେ ଆଲୋଚନା କରିଛନ୍ତି । ରାଜ୍ୟର ଯେଉଁ ସବୁ ଜିଲ୍ଲାଗୁଡିକରେ କରୋନା ପାଇଁ ଲକଡାଉନ ଓ ସଟଡାଉନ ପାଳନ କରାଯାଉଛି ସେଠାରେ କିପରି ଖାତାଦେଖା ହେବ ସେ ସଂପର୍କରେ ଆଲୋଚନା କରିଛନ୍ତି । ଏବେ ଚାରୋଟି ଜିଲ୍ଲାରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଯାହା ଜୁଲାଇ ୩୧ତାରିଖ ଯାଏଁ ବଳବତ୍ତର ରହିବ । ମନ୍ତ୍ରୀ କହିଛନ୍ତି ଏହି ୪ଜିଲ୍ଲାରେ ହିଁ ୩୫ଟି ପ୍ରମୁଖ ମୂଲ୍ୟାୟନ କେନ୍ଦ୍ର ରହିଛି । ଏଣୁ ଜିଲ୍ଲାପାଳ ଜିଲ୍ଲାର ଅବସ୍ଥାକୁ ଦେଖି ଖାତା ଦେଖା ନେଇ ବିଚାର କରିବେ । ସଟଡାଉନକୁ ନେଇ ଖାତା ଦେଖା ସରିବା ଓ ଫଳାଫଳ ପ୍ରକାଶ ପାଇବା ପ୍ରକ୍ରିୟା ବିଳମ୍ବ ହେବ । ଲକଡାଉନ ଭିତରେ କେତେ ଖାତା ଦେଖା ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବା ପରେ ଫଳାଫଳ କେବେ ପ୍ରକାଶ ପାଇବ ତାହା ଜଣାପଡିବ । ହେଲେ ଏହାକୁ ନେଇ ରାଜ୍ୟର ୫ଲକ୍ଷରୁ ଅଧିକ ଯୁକ୍ତଦୁଇ ଛାତ୍ରଛାତ୍ରୀ ଚିନ୍ତାଗ୍ରସ୍ତ ହୋଇଛନ୍ତି । ସର୍ବଭାରତୀୟସ୍ତରରେ ନାମଲେଖା ପାଇଁ ଏଥିରେ ସମସ୍ୟା ହେବ ବୋଲି ସେମାନେ ଚିନ୍ତାପ୍ରକଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

two + twenty =