ରାଜ୍ୟରେ ପୁଣି ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୨୯୧୭ ପଜିଟିଭ

0 127

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ଜଣ ରହିଥିବା ବେଳେ କଟକ, ବରଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ଢେଙ୍କାନାଳ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ସମ୍ବଲପୁର, କୋରାପୁଟ, ସୁନ୍ଦରଗଡ଼, ସୋନପୁର, ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି ନୟାଗଡ଼, ପୁରୀ, ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କନ୍ଧମାଳ, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୬ଜଣ, ବାଲେଶ୍ୱର ଜିଲ୍ଲାରୁ ୨୩୭ଜଣ, ବରଗଡ଼ ଜିଲ୍ଲାରୁ ୨୨ଜଣ, ଭଦ୍ରକ ଜିଲ୍ଲାରୁ ୧୬୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୭ଜଣ, ବୌଦ୍ଧ ଜିଲ୍ଲାରୁ ୧୯ଜଣ, କଟକ ଜିଲ୍ଲାରୁ ୪୨୨ଜଣ, ଦେଓଗଡ଼ ଜିଲ୍ଲାରୁ ୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୭ଜଣ, ଗଜପତି ଜିଲ୍ଲାରୁ ୬ଜଣ, ଗଞ୍ଜାମ ଜିଲ୍ଲାରୁ ୨୧ଜଣ, ଜଗତସିଂହପୁର ଜିଲ୍ଲାରୁ ୧୧୯ଜଣ, ଯାଜପୁର ଜିଲ୍ଲାରୁ ୨୧୮ଜଣ, ଝାରସୁଗୁଡା ଜିଲ୍ଲାରୁ ୮ଜଣ, କଳାହାଣ୍ଡି ଜିଲ୍ଲାରୁ ୨୧ଜଣ, କନ୍ଧମାଳ ଜିଲ୍ଲାରୁ ୧୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୯ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୪୯ଜଣ, କୋରାପୁଟ ଜିଲ୍ଲାରୁ ୫୫ଜଣ, ମାଲକାନଗିରି ଜିଲ୍ଲାରୁ ୫୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୯ଜଣ, ନୟାଗଡ଼ ଜିଲ୍ଲାରୁ ୯୬ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୧୩୨ଜଣ, ରାୟଗଡ଼ା ଜିଲ୍ଲାରୁ ୫୩ଜଣ, ସମ୍ବଲପୁର ଜିଲ୍ଲାରୁ ୨୨ଜଣ, ସୋନପୁର ଜିଲ୍ଲାରୁ ୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୮ଜଣ, ଷ୍ଟେଟ ପୁଲ୍‌ରୁ ୧୦୧ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =