୪ ହଜାର “ପଡା’ ହେବ ଗ୍ରାମ

0 387

ଭୁବନେଶ୍ୱର : ରାଜ୍ୟର ୪ ହଜାର ପଡାକୁ ଗ୍ରାମ ମାନ୍ୟତା ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କରେ ଏକ ଗାଇଡ ଲାଇନ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଜଣାପଡିଛି । ରାଜସ୍ୱ ସଚିବ ଏ ସଂପର୍କରେ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡିଛି । ଗାଇଡଲାଇନ ଅନୁଯାୟୀ ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିଲୋମିଟର ଦୂରରେ ଥିବା ପଡାକୁ ଗ୍ରାମର ମାନ୍ୟତା ଦିଆଯିବ । ଅଧ କିଲୋମିଟର ଦୂରରେ ଥିବ ଓ ଅତି କମ୍‌ରେ୨୫୦ ଲୋକ ବସବାସ କରୁଥିବେ । ସେହିପରି ଯଦି ଅଧ କିଲୋମିଟର ଦୂରରେ ନଥିବ ୩୦୦ ଲୋକ ବସବାସ କରୁଥିବା ପଡକୁ ମଧ୍ୟ ଗ୍ରାମ ମାନ୍ୟତା ଦିଆଯିବ ବୋଲି ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ମାନଦଣ୍ଡରେ ଉଲ୍ଲେଖ କରାଯାଇଛି ।

hiranchal ad1
Leave A Reply

Your email address will not be published.

4 × two =