ବୌଦ୍ଧ : ବହୁ ଦିନର ପ୍ରତୀକ୍ଷା ଓ ବାଦବିବାଦର ଅବସାନ ପରେ ଆଜି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣର ଭୂମି ପୂଜନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଛି । ଏ ଅବସରରେ ଆଜି ପଲସାଗୋରା ଠାରେ ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ମିଶି ଶ୍ରୀ ରଘୁନାଥଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିବା ସହ ହନୁମାନ ଚାଳିଶା ପଠନ କରାଯାଇଥିଲା । ବିଜେପିର ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ରଙ୍କ ସମେତ ଦଳୀୟ କର୍ମକର୍ତ୍ତା ନାରାୟଣ କର୍ମୀ, ନବୀନ ମହାପାତ୍ର, ଗୋପାଳ ପୁରୋହିତ, ଅଂଶୁମାନ କର୍ମୀ, ସ୍ୱାଧୀନ କଲତା ଓ ସ୍ଥାନୀୟ ବ୍ୟକ୍ତି ମୋତିଲାଲ ପୂଜାରୀ, ବନମାଳୀ ପ୍ରହରାଜ, ମନୋଜ ମହାନ୍ତି, ଅଚ୍ୟୁତ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।