ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ଫିଭର କ୍ଲିନିକ

0 120

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳା ପୌର ପରିଷଦରେ କରୋନା ସଂକ୍ରମଣ ବୃଦ୍ଧିପାଉ ଥିବାରୁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସହରର ୧୬ ଟି ୱାର୍ଡ଼ରେ ୧୬ଟି ଫିଭର କ୍ଲିନିକ ସ୍ଥାପନ କରାଯାଇଛି । ଏହି କେନ୍ଦ୍ର ଗୁଡ଼ିକ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମେଡ଼ିକାଲ ଅଫିସରମାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ହେଉଛି । ଜରୁରୀକାଳୀନ ପରିସ୍ଥିତି ର ମୁକାବିଲା କରିବା ପାଇଁ ୪ ଟି ଭାମ୍ୟମାଣ ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇଛି । ଘର ଘର ପହଞ୍ଚି ସ୍ୱାସ୍ଥ୍ୟ ସେବା ଯୋଗାଇବ । ପ୍ରତ୍ୟେହ ସକାଳ ୮ଟା ଠାରୁ ମଧ୍ୟାହ୍ନ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଅଛି । ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି କି ଅସୁସ୍ଥ ଅନୁଭବ କରୁ ଥିବା ବ୍ୟକ୍ତିମାନେ ଉକ୍ତ କେନ୍ଦ୍ରରେ ଉପସ୍ଥିତ ରହି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରି ନିଅନ୍ତୁ । ଏହି କେନ୍ଦ୍ର ଗୁଡ଼ିକ ତାଲିମ ପ୍ରାପ୍ତ ଆଶା କର୍ମୀ ଅଙ୍ଗନବାଡି କର୍ମୀ ସ୍ୱଚ୍ଛ ସାଥି ଏବଂ ସଂପୃକ୍ତ ୱାର୍ଡର ୱାର୍ଡ଼ ଅଫିସରଙ୍କ ଦ୍ୱାରା ପରିଚାଳିତ ହେଉଛି ।

hiranchal ad1
Leave A Reply

Your email address will not be published.

1 × two =