ପାରଳାଖେମୁଣ୍ଡି -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କୋର୍ଟ ଛକ ଠାରୁ ମେଡ଼ିକାଲ ଛକ ପର୍ଯ୍ୟନ୍ତ ଚାଲିଥିବା ରାସ୍ତାକାମ ତ୍ୱରାନ୍ୱିତ ହୋଇ ପାରୁ ନାହିଁ । ରାସ୍ତାର ଉଭୟ ପାର୍ଶ୍ୱ କାମ ତ୍ୱରାନ୍ୱିତ ନ ହେବାରୁ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱ ଲୁହାଛଡ଼ ବାହାରକୁ ବାହାରି ଥିବା ରୁ ଯାତ୍ରୀ ଯିବା ଆସିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କାଳୀ ମନ୍ଦିର ନିକଟରେ ଚାଲିଥିବା କଲଭଟ କାମଟି ତ୍ୱରାନ୍ୱିତ ନ ହେବାରୁ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି ।ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।