ବିଶିଷ୍ଟ କଳାକାର ଦେବ ପଟ୍ଟନାୟକଙ୍କ ଦେହାନ୍ତ

0 100

ପାରଳାଖେମୁଣ୍ଡି,୨୪/୯- ପାରଳାଖେମୁଣ୍ଡିର ବିଶିଷ୍ଟ କଳାକାର ଦେବ ପଟନାୟକଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ପାରଳାଖେମୁଣ୍ଡିର ରାଜବାଟୀରେ ସରଘର ଗୁମୁସ୍ତା ଭାବେ ୪୦ରୁ ଉର୍ଦ୍ଧ୍ୱ ବର୍ଷ ସେବା କରିଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଗଜପତି ତାଙ୍କୁ ଶ୍ରୀ ଗାହକ ଉପାଧି ଦେଇଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ ରାଧାମୋହନ ମନ୍ଦିରରେ ଗାନ ସହ ମୃଦଙ୍ଗ ବାଦନ କରୁଥିଲେ । ଜଣେ ମିଷ୍ଟ ଭାଷୀ ଶାନ୍ତ ସରଳ ବ୍ୟକ୍ତିଭାବେ ସେ ସର୍ବତ୍ର ପରିଚିତ ଥିଲେ । ନିତ୍ୟାନନ୍ଦ ପାଠାଗାରର ମୁଖ୍ୟ ଉପଦେଷ୍ଟା ସହ ସେ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନ ଓ ମାନପତ୍ର ପାଇଥିଲେ । ସେ ଓଡିଶା ସଂସ୍କୃତି ବିଭାଗ ଆନୁକୂଲ୍ୟରେ କଳାକାର ପେନସନ ମଧ୍ୟ ପାଉଥିଲେ । ତାଙ୍କର ଦେହାନ୍ତାରେ ସୂର୍ଯ୍ୟନାରାୟଣ ପଟନାୟକ, ବିଚିତ୍ରା ନନ୍ଦ ବେବର୍ତ୍ତା, ଭାରତ ଭୂଷଣ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଗୌର ପଣ୍ଡା, ମଲିକାର୍ଜୁନ ପଟନାୟକ,ରବିନାରାୟଣ ଚୌଧୁରୀ ଗୌର ପଟନାୟକ,କୈଳାସ ପଟନାୟକ ପ୍ରଭୃତି ଗଭୀର ଶୋକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − six =