ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏସଡିଏମଓ ବଦଳି ବାତିଲ ଦାବିରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର

0 114

ପାଟଣାଗଡ,୨୭/୭- ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ଏସଡିଏମଓ ଡ଼ ଦିଲୀପ କୁମାର ବିଶ୍ୱାଳଙ୍କ ବଦଳି ବାତିଲ କରିବା ଦାବିରେ ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ପକ୍ଷରୁ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲୋ । ଡ. ବିଶ୍ୱାଳ ଜଣେ ଭଦ୍ର ମେଳାପି ବ୍ୟକ୍ତି ସେ ରୋଗୀଙ୍କ ଚିକିତ୍ସାରେ କେବେ ଅବହେଳା କରୁନଥିବା ଓ ଡାକ୍ତରଖାନା ପରିସରକୁ ସ୍ୱଚ୍ଛତା ପରିସ୍କାର ରଖିବା ଓ ଠିକ୍ ଭାବରେ ରୋଗୀଙ୍କୁ ଚିକିତ୍ସା ଯୋଗାଉଥିଲେ । ବର୍ତ୍ତମାନ କରୋନା ମହାମାରୀ ବିପତ୍ତି ମୁକାବିଲା ପାଇଁ ଜନସାଧାରଣଙ୍କୁ ଅବଗତ କରାଇବା ସହ ଉପଯୁକ୍ତ ପଦକ୍ଷେପ ନେଉନଥିଲେ । ଏପରି ବ୍ୟକ୍ତିବିଶେଷ ଡ଼ ବିଶ୍ୱାଳଙ୍କ ବଦଳି କରାଯାଇଥିବାରୁ ପାଟଣାଗଡ଼ ଉପଖଣ୍ଡର ଜନସାଧାରଣ ଚିକିତ୍ସା ପାଇଁ ତାଙ୍କୁ ବଦଳି ବାତିଲ କରିବା ପାଇଁ ଦାବି ହେଉଛି । ଏଥିରେ ଆଦିବାସୀ କଲ୍ୟାଣ ସଂଘର ମନବୋଧ ବରିହା , ଗୋରେଖନାଥ ,ଘନଭୋଇ ହୃଷିକେଶ ଭୋଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − one =