ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଏବଂ ବେଲପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ

0 190

ପାଟଣାଗଡ,୬/୬- କୋରନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ତରଫରୁ କିଛିଦିନ ହେବ ସପ୍ତାହନ୍ତ ସଟଡାଉନ ସହ ଲକଡାଉନ ମଧ୍ୟ ଘୋଷଣା କରାଯାଇଛି । କୋଭିଡ-୧୯ ନିୟମ ପାଳନ ସହ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା କିଛି ଦୋକାନ କିଛି ସମୟ ଖୋଲା ରହୁଥିବାବେଳେ କେତେକ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଛି । କୋଭିଡ କଟକଣା ଯୋଗୁଁ ହୋଟେଲ ,ଜଳଖିଆ ୋକାନ ବନ୍ଦ ଥିବାରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ରୋଗୀ ଓ ରୋଗୀ ସମ୍ପର୍କୀୟମାନେ କିଛି ମାତ୍ରାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହାଛଡା ସପ୍ତାହନ୍ତ ସଟଡାଉନ ଯୋଗୁଁ ସହରର ସବୁ ଦୋକାନ ଶନିବାର ଓ ରବିବାର ଦୁଇ ଦିନ ତାଲା ପଡୁଛି । ଡାକ୍ତରଖାନା ଠାରୁ ପଡୋଶୀ ଗାଁ ମାନଙ୍କର ରୋଗୀ ମାନଙ୍କୁ ଖାଦ୍ୟ ଆଣିଦେବାରେ କିଛି ମାତ୍ରାରେ ସୁବିଧା ହେଉଥିବାବେଳେ ଦୂର ଦୁରାନ୍ତ ରୋଗୀ ମାନଙ୍କ ପାଇଁ ଘୋର ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି । ସପ୍ତାହନ୍ତ ସଟଡାଉନକୁ ଦୃଷ୍ଟିରେ ରଖି ଓ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ଖାଇବା ସମସ୍ୟାର ସୁବ୍ୟବସ୍ଥା କରିବା ପାଇଁ ବଲାଙ୍ଗୀର ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ସେବା ଚେରିଟେବୁଲ ଟ୍ରଷ୍ଟ ତରଫରୁ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ବେଲପଡା ଡାକ୍ତରଖାନାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି ।

hiring

ଏହି ବଣ୍ଟନ କାର୍ଯ୍ୟକ୍ରମରେ ପାଟଣାଗଡ଼ ଡ଼ାକ୍ତରଖାନା ରେ ଟ୍ରଷ୍ଟ ସଭାପତି ସୁନୀଲ କୁମାର ସିଂ , ଉପସଭାପତି ଶ୍ରୀ ଗିରିରାଜ ଭୋଇ ,ମରୁଆଁ ସରପଞ୍ଚ ଶ୍ରୀମତୀ ସନ୍ତୋସିନୀ ବିଶି,ସେବୀକା ରାଜହନ୍ସ,କୋଷାଧ୍ୟକ୍ଷ ଶ୍ରୀ ପ୍ରକାଶ ସିଂ, ମନବୋଧ ବରିହା,ସିଲୁ ସାହୁ, ରୀଙ୍କୁ ନାଗ,ରଞ୍ଜନ ସାହୁ, ଆଲୋକ ସାହୁ, ବିଦୁଭୂଷଣ ଖମାରୀ,ପ୍ରମୁଖ ବଣ୍ଟନ କରିଥିବାବେଳେ ସେହିପରି ବେଲପଡା ଡାକ୍ତରଖାନାରେ ଟ୍ରଷ୍ଟ ସଦସ୍ୟ ବନମାଳୀ ନାଏକ, ସିପୁନ ଖମାରୀ, , ଜିତୁ ନାଏକ,ଜୟ ମେହେର,ବବୁଲୁ ମେହେର ,ସନ୍ୟାସୀ ନାଏକ ପ୍ରମୁଖ ଉପସ୍ଥିତ ରହି ବଣ୍ଟନ କରିଥିଲେ । ଲକଡାଉନକୁ ପୁଣି ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ବଢେଇଥିବାରୁ ସେତେ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ବଣ୍ଟନ କରାଯିବା ପାଇଁ ଶ୍ରୀ ଗିରିରାଜ ଭୋଇ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three + 18 =